Latest Odisha News

ଟାଭେରାକୁ ପିଟିଲା ବସ୍, ୨ ମୃତ

ବାଲୁଗାଁ: ଟାଭେରାକୁ ପିଟିଲା ଟ୍ରକ୍‌ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ । ଏନଏଚ୍‌ ୧୬ ଛତ୍ରଗଡ଼ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭୁବନେଶ୍ଵରରୁ ବ୍ରହ୍ମପୁର ଯାଉଥିବା ଏକ ଟାଭେରା ଏନଏଚ୍‌ ୧୬ ଛତ୍ରଗଡ଼ ଛକ ନିକଟରେ ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଟାଭେରାରେ ଥିବା ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଛାଡି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.