Latest Odisha News

BREAKING NEWS

ସରକାରୀ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

ଖୋର୍ଦ୍ଧା: କଳାହାଣ୍ଡିରୁ ରାଜଧାନୀ ଭୂବନେଶ୍ୱରକୁ ଆସୁଥିଲା ଏକ ନାଇଟ୍ କୋଚ୍ ବସ୍ । ହଠାତ୍ ଭୋର୍ ସମୟରେ ଚିତ୍କାର କରିଉଠିଥିଲେ ଜଣେ ଯୁବତୀ । କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ରୁଦ୍ର ରୂପ ଧାରଣ କରିଥିଲେ । ମାମଲା ବୁଝିବା ପାଇଁ ଗାଡି ଅଟକାଇଥିଲେ ବସ୍ କର୍ମଚାରୀ । ଶେଷରେ ଯେଉଁ ଘଟଣା ସାମ୍ନାକୁ ଆସିଥିଲା, ତାକୁ ନିଦୁଆ ଆଖିରେ କେହି ବି ବିଶ୍ୱାସ କରିପାରିନଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ହେଉଛନ୍ତି ଜଣେ ପଶୁ ଡାକ୍ତର । କଳାହାଣ୍ଡିରୁ ଆସୁଥିବାବେଳେ ଭୋର୍ ସମୟରେ ପଛରେ ବସିଥିବା ଜଣେ ବ୍ୟକ୍ତି ତାଙ୍କର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ । ନିଦ ଭାଙ୍ଗିଯିବାରୁ ମହିଳା ଜଣକ ଚିତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସମସ୍ତ ଘଟଣା ବୁଝି ଅଭିଯୁକ୍ତକୁ ବସ୍ କର୍ମଚାରୀ ଓ ସହଯାତ୍ରୀ କାବୁ କରିଥିଲେ ।

ଘଟଣାକୁ ନେଇ ଯୁବତୀ ଜଣକ ଶୁକ୍ରବାର ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ପ୍ରତ୍ୟୁଷ କୁମାର ବିଷୋୟୀ କଟକ ସାମନ୍ତରାପୁରର ବାସିନ୍ଦା ହୋଇଥିଲାବେଳେ ପେଶାରେ ଜଣେ ସରକାରୀ ଶିକ୍ଷକ । ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦଫା ୩୫୪ରେ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି ।

Leave A Reply

Your email address will not be published.