ଖୋର୍ଦ୍ଧା:ଖୋର୍ଦ୍ଧାର ଏକ ସରକାରୀ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆଦର୍ଶ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏନେଇ ଥାନାରେ ପୋକ୍ସୋ ଆକ୍ଟରେ ଏକ ମାମଲା (ନଂ.୩୧/୨୬) ରୁଜୁ ହୋଇଛି ।
ଅସଦାଚରଣ ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଗୁରୁବାର ଦିନ ଟାଉନ ପୁଲିସ ସମ୍ପୃକ୍ତ ଶିକ୍ଷକ ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ଶିକ୍ଷକ ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ଚିରିଡ଼ାମାଳିର ଅମରେନ୍ଦ୍ର ସାହୁ (୫୫)।
ସୂଚନାଥାଉକି, ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ସାଇକେଲରେ ବୁଲୁଥିବା ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏନେଇ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କରିଥିଲେ ।