Latest Odisha News

ପେଶା ଶିକ୍ଷକତା, ନିଶା କାଳିଆକୁ ରଙ୍ଗେଇବା

ଭୁବନେଶ୍ୱର: ପେଶାରେ ଶିକ୍ଷକତା । ନିଶା କିନ୍ତୁ ବିଭିନ୍ନ କଳାକୃତି ପ୍ରସ୍ତୁତି କରିବା ଏବଂ ଶେଷରେ କାଳିଆ ମୁହଁରେ ରଙ୍ଗ ବୋଳିବା । ସରସ୍ୱତୀ ଶିଶୁ ମନ୍ଦିର ବ୍ରହ୍ମେଶ୍ୱର କଲୋନୀ, ରସୁଲଗଡରେ ଶିକ୍ଷକତା କରୁଛନ୍ତି ମନୋଜ କୁମାର ବେହେରା । ଜଗତସିଂହପୁରର ଦୁଆ ଗ୍ରାମରୁ ଯେତେବେଳେ ସେ ଭୁବନେଶ୍ୱର ରୋଜଗାର ସନ୍ଧାନରେ ଆସିଥିଲେ । ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ସେ ଶିକ୍ଷକତା କରିଥିଲେ । ଆଉ ଏବେ କଳାରେ ମନ ଜିଣୁଛନ୍ତି ।

ଭଲ ପାଠ ପଢ଼ାଇବା ସହ ମନୋଜ ଜଣେ ଉତମ କଳାକାର । ସେଥିପାଇଁ ବୋଧହୁଏ ପିଲାମାନଙ୍କ ପାଖରେ ଅତି ନିଜର ହୋଇ ପାରିଛନ୍ତି ମନୋଜ ସାର । ଲକଡାଉନ ସମୟରେ ସେ ଅନେକ କଳାକୃତି ପ୍ରସ୍ତୁତ କରିଛନ୍ତି । ଅବଢ଼ା କୁଡୁଆରେ ମହାପ୍ରଭୁଙ୍କ ଚିତ୍ର ବେଶ୍ ମନୋଲୋଭା ହୋଇପାରିଛି ।ଏହା ବ୍ୟତୀତ ବିଭିନ୍ନ ଅଦରକାରୀ ପଦାର୍ଥ ଯଥା ବୋତଲ, ସିଡି, ମଲାଟ ପ୍ରଭୃତିରେ ସେ ପ୍ରସ୍ତୁତ କରନ୍ତି ଆକର୍ଷଣୀୟ କଳାକୃତୀ । ଶଙ୍ଖ ଓ କଉଡିରେ ମଧ୍ୟ ନୂଆ ରୂପ ଦେଇ ଦିଅନ୍ତି ମନୋଜ । କଳ୍ପତରୁ ଆର୍ଟ କ୍ରାଫ୍ଟ ତରଫରୁସେ କଳା ଓ ଶିକ୍ଷକ ସମ୍ମାନ ପାଇଛନ୍ତି । ବିନା ପ୍ରଶିକ୍ଷଣରେ ସେ ଆଗେଇ ଚାଲିଛନ୍ତି ।

Leave A Reply

Your email address will not be published.