Latest Odisha News

ଶିକ୍ଷୟିତ୍ରୀ ବର୍ଷକୁ ରୋଜଗାର କରନ୍ତି ୧୦ କୋଟି , ଶିକ୍ଷାଦାନ କରି ନୁହେଁ, ଭିନ୍ନ ଉପାୟରେ

ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଘରୋଇ ଶିକ୍ଷକଙ୍କଠାରୁ ବହୁତ ଅଧିକ । ଏତେ ବଡ ଦାୟିତ୍ୱ ତୁଲାଉଥିବା ଶିକ୍ଷକମାନେ ଯେତେ ରୋଜଗାର କରନ୍ତୁ ନା କାହିଁକି, ସେମାନେ ଗୋଟିଏ ବର୍ଷରେ ଅତି କମରେ ଏକ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ନାହିିଁ । ଭାବନ୍ତୁ, ଏପରି ପରିସ୍ଥିତିରେ ଯଦି ଆମେ ଆପଣଙ୍କୁ କହିବୁ ଯେ ଜଣେ ଶିକ୍ଷକ ଗୋଟିଏ ବର୍ଷରେ ୧୦ କୋଟିରୁ ଅଧିକ ରୋଜଗାର କରୁଛନ୍ତି, ତେବେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।

ବ୍ରେ ଥମ୍ପନ୍ ନାମକ ଏହି ମହିଳା ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ । ସେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି । କିନ୍ତୁ ଶିକ୍ଷାଦାନ ବ୍ୟତୀତ ସେ ଭିନ୍ନ ଉପାୟରେ ଏତେ ରୋଜଗାର କରୁଛନ୍ତି ଯେ, ଚାକିରି ଛାଡିବାକୁ ବାଧ୍ୟ ହେଲେ । ତଥାପି ସେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି, କିନ୍ତୁ ପଦ୍ଧତିକୁ ଟିକିଏ ବଦଳାଇ ଦେଇଛନ୍ତି । ବ୍ରେ ଥମ୍ପନ୍‌ଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଯେଉଁଥିରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି । ଏହି ଚ୍ୟାନେଲ ମାଧ୍ୟମରେ ସେ ଛୋଟ ପିଲାମାନଙ୍କର ଯତ୍ନ ନେଇଥାନ୍ତି । ତାଙ୍କର ଭିଡିଓଗୁଡିକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ୟୁଟ୍ୟୁବ୍ ଚ୍ୟାନେଲରୁ ରୋଜଗାର କରନ୍ତି । ପୂର୍ବରୁ, ଯେଉଁଠାରେ ତାଙ୍କୁ ୫୦ ପ୍ରତିଶତ କାମ କରିବାକୁ ପଡୁଥିଲା,ଏବେ ସେ କେବଳ ଚୁକ୍ତି ସମୟରେ କାମ କରନ୍ତି । ଆଜି ବି ସେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ଏବଂ ସେମାନଙ୍କୁ ଆର୍ôଥକ ସାହାଯ୍ୟ ମଧ୍ୟ ଦିଅନ୍ତି । ଏହା ବ୍ୟତୀତ ତାଙ୍କର ଅବସର ପାଣ୍ଠି ଏବଂ ନିବେଶର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ବ୍ରେ କହିଛନ୍ତି ଯେ, ଶିକ୍ଷାଦାନ ବ୍ୟତୀତ ସେ ଅନ୍ୟ ୧୧ଟି ଉପାୟରେ ରୋଜଗାର କରନ୍ତି । ଅନ୍ତର୍ଜାତୀୟ ଶିକ୍ଷକମାନଙ୍କ ସାଇଟରେ ଯୋଗ ଦିଅନ୍ତି ଏବଂ ଏଥିରେ ଶିକ୍ଷାଦାନ ସାମଗ୍ରୀ ବିକ୍ରି କରନ୍ତି । ଏହା ବ୍ୟତୀତ ସେ ଶିକ୍ଷାଦାନ ଉପକରଣ, ରଣନୀତି ଏବଂ ସମ୍ବଳ ବିକ୍ରୟ କରନ୍ତି । ଏଥିରୁ ଟଙ୍କା ରୋଜଗାର କରନ୍ତି । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ମଧ୍ୟ ବହୁତ ଟଙ୍କା ପାଆନ୍ତି । ଏଥିସହିତ ସେ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରନ୍ତି ଏବଂ ଏଥିରେ ସଫଳତା ପାଆନ୍ତି । ସବୁଠାରୁ ବିବାଦୀୟ ଉପାୟ ହେଉଛି ସେ କ୍ରିପ୍ଟୋ ମୁଦ୍ରାରେ ବିନିଯୋଗ କରି ମଧ୍ୟ ଟଙ୍କା ରୋଜଗାର କରନ୍ତି ।

Comments are closed.