ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ ପଢୁଥିଲେ । ସେ ନିକଟସ୍ଥ ଏକ ଛକରେ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ କାର ଆସିଲା ଏବଂ ତାଙ୍କୁ ଧକ୍କା ଦେଲା । ଏହି କାରରେ ଶିକ୍ଷକ ବଲଜିନ୍ଦର ସିଂହ ବସିଥିଲେ । ପୀଡିତ ଯୁବକ ଏବଂ ଶିକ୍ଷକ ବଲଜିନ୍ଦର ଗୋଟିଏ ଗାଁର । ଏହା ପରେ ତାଙ୍କୁ ବନେଟରେ ବାନ୍ଧି ୧୦ କିମି ବୁଲାଇଲେ। ଲୋଧି, ମଣ୍ଡି ରୋଡ, ଉଧମ ସିଂ ଚୌକ, କପୁରଥଲା ରୋଡରେ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ଘୋଷାଡି ଘୋଷାଡି ନେଲେ ।
ପୀଡିତ ଯୁବକ ଜଣକ ଆହୁରି କହିଛନ୍ତି, ହତ୍ୟା ଉଦ୍ୟମ ନେଇ ଶିକ୍ଷକ ଜଣକ ଏପରି ଆକ୍ରମଣ କରିଛନ୍ତି । ଯୁବକଙ୍କୁ ବନେଟରେ ବାନ୍ଧି ଶାଲାପୁରରୁ ସୁଲତାନପୁର ଏହା ପରେ ସାମ୍ନାରୁ ଏକ ଗାଡି ଆସୁଥିଲା । ତାକୁ ଦେଖି ନିଜ ଜବୀନ ବଞ୍ଚାଇବା ଲାଗି ସେ ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ । ଫଳରେ ଯୁବକ ଜଣକ ଆହତ ହୋଇଥିବା ଜଣାଯାଇଛି ।ଖବର ପାଇ ଯୁବକଙ୍କ ଚାଚା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଳେ ଏବଂ ଡାକ୍ତରଖାନାରେ ପହଞ୍ଚାଇଥିଲେ ।
ସୂଚନାଥାଉ କି, ଶିକ୍ଷକ ବଲଜିନ୍ଦର ସିଂହଙ୍କ ବିରୋଧରେ ଥାନାରେ ଏକାଧିକ ଏତଲା ରହିଛି । ଏହାବ୍ୟତୀତ ଉକ୍ତ ଯୁବକଙ୍କ ସହ ତାଙ୍କର ପାରିବାରିକ ବିବାଦ ବି ରହିଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ ।ତେବେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଖୋଜୁଛି ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.