ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ ପଢୁଥିଲେ । ସେ ନିକଟସ୍ଥ ଏକ ଛକରେ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ କାର ଆସିଲା ଏବଂ ତାଙ୍କୁ ଧକ୍କା ଦେଲା । ଏହି କାରରେ ଶିକ୍ଷକ ବଲଜିନ୍ଦର ସିଂହ ବସିଥିଲେ । ପୀଡିତ ଯୁବକ ଏବଂ ଶିକ୍ଷକ ବଲଜିନ୍ଦର ଗୋଟିଏ ଗାଁର । ଏହା ପରେ ତାଙ୍କୁ ବନେଟରେ ବାନ୍ଧି ୧୦ କିମି ବୁଲାଇଲେ। ଲୋଧି, ମଣ୍ଡି ରୋଡ, ଉଧମ ସିଂ ଚୌକ, କପୁରଥଲା ରୋଡରେ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ଘୋଷାଡି ଘୋଷାଡି ନେଲେ ।
ପୀଡିତ ଯୁବକ ଜଣକ ଆହୁରି କହିଛନ୍ତି, ହତ୍ୟା ଉଦ୍ୟମ ନେଇ ଶିକ୍ଷକ ଜଣକ ଏପରି ଆକ୍ରମଣ କରିଛନ୍ତି । ଯୁବକଙ୍କୁ ବନେଟରେ ବାନ୍ଧି ଶାଲାପୁରରୁ ସୁଲତାନପୁର ଏହା ପରେ ସାମ୍ନାରୁ ଏକ ଗାଡି ଆସୁଥିଲା । ତାକୁ ଦେଖି ନିଜ ଜବୀନ ବଞ୍ଚାଇବା ଲାଗି ସେ ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ । ଫଳରେ ଯୁବକ ଜଣକ ଆହତ ହୋଇଥିବା ଜଣାଯାଇଛି ।ଖବର ପାଇ ଯୁବକଙ୍କ ଚାଚା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଳେ ଏବଂ ଡାକ୍ତରଖାନାରେ ପହଞ୍ଚାଇଥିଲେ ।
ସୂଚନାଥାଉ କି, ଶିକ୍ଷକ ବଲଜିନ୍ଦର ସିଂହଙ୍କ ବିରୋଧରେ ଥାନାରେ ଏକାଧିକ ଏତଲା ରହିଛି । ଏହାବ୍ୟତୀତ ଉକ୍ତ ଯୁବକଙ୍କ ସହ ତାଙ୍କର ପାରିବାରିକ ବିବାଦ ବି ରହିଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ ।ତେବେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଖୋଜୁଛି ।
BREAKING NEWS
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
Comments are closed.