ବ୍ରହ୍ମପୁର: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ହାଇସ୍କୁଲର କମ୍ପୁଟର୍ ଶିକ୍ଷକ ନଳିନୀକାନ୍ତ ସାହୁ ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି। ଏଥି ସହିତ ପ୍ରଦୁଷଣ ମୁକ୍ତ ଦୀପାବଳି ନେଇ ବାର୍ତ୍ତା ଦେଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ସହ ଅନେକ ପ୍ରଶଂସା କରୁଛନ୍ତି।
ଶିକ୍ଷକ ନଳିନୀକାନ୍ତଙ୍କ କହିବାନୁଯାୟୀ, ଗୋବରରେ ଦୀପ ସହିତ ଧୂପ, ଷ୍ଟାଣ୍ଡ, ହ୍ୟାଙ୍ଗିଙ୍ଗ ଗଣେଶ ଏବଂ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି। ଦୀପାବଳି ଆଉ ଅଳ୍ପ ଦିନ ରହିଥିବା ବେଳେ ବଜାରର ଚାହିଦାକୁ ଦେଖି ଦୀପ ପ୍ରସ୍ତୁତିରେ ବ୍ୟସ୍ତ ରହୁଛନ୍ତି। ତେବେ ଏଥିପାଇଁ ସେ କୌଣସି ପ୍ରକାର ବିଧିବଦ୍ଧ ପ୍ରଶିକ୍ଷଣ ନେଇନାହାନ୍ତି। ବରଂ ୟୁଟ୍ୟୁବ୍ରୁ ଦେଖି ଶିଖିଛନ୍ତି। ସମାଜକୁ କିଛି ନୁଆଁ ବାର୍ତା ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ଗୋବରକୁ ଘଷିରେ ପରିଣତ କରିବା ପରେ ତାହାକୁ ଗୁଣ୍ଡ କରାଯାଉଛି। ଏକ ସ୍ବତନ୍ତ୍ର ପ୍ରକାର ଅଠା ଲଗାଇ ଛାଞ୍ଚରେ ପକାଇ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ ଓ ମୂର୍ତ୍ତି ପ୍ରସ୍ତୁତ ହେଉଛି। ବିଭିନ୍ନ ଆକାରର ଦୀପ ତିଆରି କରାଯାଉଛି। ଏହାକୁ ଅନଲାଇନରେ ବିକ୍ରି କରାଯାଉଛି। ରବିବାର ଛୁଟି ଦିନରେ ବ୍ରହ୍ମପୁର ସହରକୁ ଆସି କେତେକ ଦୋକାନକୁ ସାମଗ୍ରୀ ଯୋଗାଣ ହେଉଛି। ବିଦ୍ୟାଳୟରେ ପାଠପଢ଼ା ପରେ ବଳକା ସମୟକୁ ନଷ୍ଟ କରି ରୋଜଗାର
ମାଧ୍ୟରେ ଆତ୍ମ ସନ୍ତୋଷ ମିଳୁଥିବା କହିଛନ୍ତି ଶିକ୍ଷକ ନଳିନୀକାନ୍ତ। ଗୋବର ଦୀପ ଜଳିଲେ ଘରେ ଅମ୍ଳଜାନ ସହ ଘରର ନେଗେଟିଭ ଏନର୍ଜୀ ମଧ୍ୟ ହ୍ରାସ ପାଇଥାଏ। ଫିଙ୍ଗା ଯାଉଥିବା ଗୋବର ଯଦି କାମରେ ଆସି ଏଭଳି ମୂଲ୍ୟବାନ ହୋଇପାରୁଛି, ତେବେ ଅନ୍ୟମାନେ ମଧ୍ୟ ଏହାର ସଠିକ ବ୍ୟବହାର କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ପତ୍ନୀ ଦୀପ୍ତିମୟୀଙ୍କ କହିବାନୁଯାୟୀ, ସବୁଦିନ ବିଦ୍ୟାଳୟରୁ ଫେରି ନିଜ ମୋବାଇଲରେ ୟୁଟ୍ୟୁବ୍ ଦେଖୁଥିଲେ। ପିଲାମାନଙ୍କୁ ଭିନ୍ନ ଧରଣରେ କେମିତି ପାଠପଢ଼ା ହୋଇପାରିବ, ତାହା ଶିଖୁଥିଲେ। ହଠାତ ଦିନେ ଗୋବରରେ ଦୀପ ପ୍ରସ୍ତୁତି ବିଷୟେର ଭିଡ଼ିଓ ଦେଖିଲେ। ମୋତେ ଦେଖାଇବା ସହିତ ଦୀପ ପ୍ରସ୍ତୁତ କରିବାକୁ ଆଗଭର ହେଲେ। ଏଥିରେ ମୁଁ ମଧ୍ୟ ସହଯୋଗ କରିଥିଲି। ମସିନ କିଣିବା ପରେ ଘରେ ଦୀପ ତିଆରି ଆରମ୍ଭ କରିଥିଲୁ। ବର୍ତ୍ତମାନ ଏହାର ଚାହିଦା ବୃଦ୍ଧି ପାଉଥିବା ପତ୍ନୀ ଦୀପ୍ତିମୟୀ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରଇତ କୁହନ୍ତି, ପାଠପଢ଼ିଲେ କେବଳ ଚାକିରି ନୁହଁ, ଭିନ୍ନ କିଛି କରି ଆତ୍ମନିର୍ଭର ମଧ୍ୟ ହୋଇପାରିବ। ନଳିନୀକାନ୍ତ ଏହାର ବାର୍ତ୍ତା ଦେଉଛନ୍ତି। ଏଥି ସହିତ ପରିବେଶ ସୁରକ୍ଷା ପାଇଁ ସେ ଗୋବରରେ ଦୀପ ପ୍ରସ୍ତୁତି ନେଇ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି, ତାହା ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.