Latest Odisha News

BREAKING NEWS

ଭଡ଼ାଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଗଣିତ ଶିକ୍ଷକଙ୍କୁ  ହତ୍ୟା କରାଯାଇଥିବା ଅଭିଯୋଗ । ଏହି ହତ୍ୟାକାଣ୍ଡ ଟଡ଼ିହି ବ୍ଲକ ନନ୍ଦିପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ମୃତକ ଜଣକ ହେଲେ ଢେଙ୍କାନାଳ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ବାଇଁ  । ସେ ନନ୍ଦିପଦା ଥାନା ପଛପଟେ ଏକ ଦୁଇ ମହଲା ବିଶିଷ୍ଟ ଭଡ଼ାଘରେ ରହୁଥିଲେ  । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଅନିରୁଦ୍ଧ ସ୍ବାଇଁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ।

ଆଜି ଅନିରୁଦ୍ଧ ବିଦ୍ୟାଳୟକୁ ଯାଇନଥିବାରୁ ଅନ୍ୟ ଜଣେ ଶିକ୍ଷକ ତାଙ୍କ ଭାଇଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲେ । ଅନିରୁଦ୍ଧଙ୍କ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ସେ ରହୁଥିବା ଭଡ଼ା ଘରକୁ ଯାଇଥିଲେ । ଅନିରୁଦ୍ଧଙ୍କ ଘର କବାଟ ଭିତରପଟୁ ବନ୍ଦ ଥିବା ବେଳେ ଦୁଆର ବନ୍ଧରେ ରକ୍ତଛିଟା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ନନ୍ଦିପଦା ପୋଲିସ ପହଞ୍ଚି ରକ୍ତଯୁଡୁବୁଡୁ ମୃତ ଦେହକୁ ଜବତ କରିଛି  ।

ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ ଟିମ୍ ତଦନ୍ତ କରାଯାଇଛି । ତେବେ ଶିକ୍ଷକ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଆନନ୍ଦପୁର ଏସ୍ ଡିପିଓ ପ୍ରଶାନ୍ତ ବେହେରା କହିଛନ୍ତି ।

 

Comments are closed.