Latest Odisha News

ଛାତ୍ରୀଙ୍କ ସହ ‘ଗୁଲାବୀ ସାରାରା’ ଗୀତରେ ଡ଼୍ୟାନ୍ସ କଲେ ଶିକ୍ଷୟିତ୍ରୀ, ପ୍ରଶଂସା କଲେ ଲୋକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କ ସହ ମିଶି ହସି ହସି ସ୍କୁଲ ବାରଣ୍ଡାରେ ରିଲ୍ସ କରୁଛନ୍ତି । ଶିକ୍ଷୟିତ୍ରୀଙ୍କ ନୃତ୍ୟ ଏବଂ ଅଙ୍ଗଭଙ୍ଗୀ ଦେଖି ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ସୁନ୍ଦର ଶାଢ଼ି ପିନ୍ଧିଥିବା ଜଣେ ଶିକ୍ଷୟିତ୍ରୀ ‘ଗୁଲାବୀ ସାରାରା’ ଗୀତରେ ଠୁମ୍‌କା ଲଗାଉଥିବାର ଦେଖିବାକୁ ମିଳିଛନ୍ତି । ତାଙ୍କ ସହିତ ସ୍କୁଲ ୟୁନିଫର୍ମରେ ଥିବା ଚାରିଜଣ ଝିଅ ମଧ୍ୟ ଶିକ୍ଷୟିତ୍ରୀଙ୍କ ସହି ଗୀତର ତାଳେ ତାଳେ ଷ୍ଟେପ୍ ଦେଉଛନ୍ତି । ନୃତ୍ୟ ସହିତ ଶିକ୍ଷୟିତ୍ରୀଙ୍କ ମୁହଁର ହସ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିଛି । ତିନି ଦିନ ମଧ୍ୟରେ ଭିଡିଓରେ ପ୍ରାୟ ଏକ ଲକ୍ଷ ଲାଇକ୍ ଆସିଛି ଏବଂ ଲୋକମାନେ ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ‘ଡ୍ୟାନ୍ସ ଗ୍ରୁପ୍‌’କୁ ଖୁବ୍ ପ୍ରଶଂସା କରୁଛନ୍ତି ।

Comments are closed.