Latest Odisha News

ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

ରାୟଗଡା: ରାୟଗଡା ସହର ସ୍ଥିତ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ଜଣେ ୫୯ ବର୍ଷର ଶିକ୍ଷକ ମନୋରଂଜନ ନାୟକ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରି ଆଜି ଅଭିଭାବକ ମାନେ ସ୍କୁଲ ଘେରିଥିଲେ । ଉକ୍ତ ଶିକ୍ଷକଙ୍କୁ ମହିଳା ଓ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମାନେ ନିସ୍ତୁକ ମାଡମାରିଥିଲେ

ଏହି ଘଟଣା ଘଟିବା ପରେ ଅଭିଭାବକ ମାନେ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବା ପରେ ଟାଉନ୍ ଥାନା ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ।

ସୂଚନା କ୍ରମେ, ଶିକ୍ଷକ ମନୋରଂଜନ ନାୟକ ଛାତ୍ରୀ ମାନଙ୍କୁ କୋଳରେ ବସାଇ ଅସଦାଚରଣ କରିଥିବା ସଂଘାତିକ ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଏପରି ଦୁର୍ବ୍ୟବହାର ପରେ କିଛି ଛାତ୍ରୀ ସ୍କୁଲ ଆସିବା ଛାଡି ଦେଇଛନ୍ତି । ତେବେ ଅସଦାଚରଣର ଶିକାର ହୋଇଥିବା କିଛି ଛାତ୍ରୀ ନିଜ ମାବାପାଙ୍କୁ କହିବା ପରେ ଆଜି ଅଭିଭାବକ ମାନେ ବିଦ୍ୟାଳୟ ଘେରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଘୋଷାଡି ଘୋଷାଡି ମାଡ ମାରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାୟଗଡା ଟାଉନ୍ ଥାନା ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଛି ।

ଅସଦାଚରଣ କଥାକୁ କାହାରିକୁ କହିଲେ ଟିସି ଦେଇ ସ୍କୁଲରୁ ବିଦା କରାଯିବ ବୋଲି ସଂପୃକ୍ତ ଶିକ୍ଷକ ପିଲା ମାନଙ୍କୁ ଧମକ ଦେଉଥିଲେ । ଏହି ବିଦ୍ୟାଳୟରେ 4 ଜଣ ଶିକ୍ଷକ ଓ 3 ଜଣ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଶିକ୍ଷକ ମନୋରଂଜନ ନାୟକ ପିଲା ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।

ସେହିପରି ଛାତ୍ରୀ ମାନଙ୍କୁ ଅସଦାଚରଣ କରାଯାଇ ନାହିଁ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ମନୋରଂଜନ । ଅନ୍ୟପଟେ ତୁରନ୍ତ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।

Comments are closed.