Latest Odisha News

BREAKING NEWS

ଅସଜଡା ଶିକ୍ଷା ବିଭାଗ; ୯୭ ଶିକ୍ଷକଙ୍କ ପତ୍ତା ମିଳୁ ନ ଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭାଗୀୟ ମନ୍ତ୍ରୀ, ରାଜନେତା ସେତେ ତତ୍ପର ହୋଇ ପଡ଼ଛନ୍ତି । ନିଜ ବିଭାଗ ସଜାଡି ବାହାବ ନେବାକୁ ସମସ୍ତେ ବାହାରି ପଡିଛନ୍ତ ଏବେ । ଗଣଶିକ୍ଷା ମନ୍ତ୍ରୀ ବି ଏବେ ନିଜ ବିଭାଗ ପାଇଁ ବେଶ ତତ୍ପର । ଦୀର୍ଘଦିନ ଧରି ଅନୁପସ୍ଥତ ଥିବା ଶିକ୍ଷକଙ୍କ କଥା ମନେ ପଡିଛି ମନ୍ତ୍ରୀଙ୍କର ।

ମନ୍ତ୍ରୀ ମାନିଛନ୍ତି, ୯୬ ଶିକ୍ଷକଙ୍କର ଏବେ ପତ୍ତା ମିଳୁନି ।  ଦୀର୍ଘଦିନରୁ ଅନୁପସ୍ଥିତ ଥିବା ଏପରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତି ନେଉଛନ୍ତି ସରକାର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ।

ଏହି ଶିକ୍ଷକମାନେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି । ଏପରକି ଜବାବ ରଖୁନାହାନ୍ତି । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏଥିପାଇଁ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି   ।

ଏଠି କହିରଖିବୁ,  ସୁନ୍ଦରଗଡ଼ ଜିଲ୍ଲାର  ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।   ୨ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇ ଥିବାବେଳେ ଆଉ ୮ ଜଣ ପ୍ରାଥମିକ ଶିକ୍ଷକଙ୍କୁ ସୋ କଜ୍ ନୋଟିସ୍ ଜାରି କରାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିଲା।

ସମାନ ଘଟଣା ନବରଙ୍ଗପୁରରୁ ସାମ୍ନାକୁ ଆସିଛି  । ଏହି ଜିଲ୍ଲାରେ ୨୪ ଜଣ ଶିକ୍ଷକ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ଏମାନଙ୍କୁ ମଧ୍ୟ କାର୍ଯ୍ୟାନ୍ତର କରାଯାଇଛି । ଏହି ଶିକ୍ଷକମାନା ୨୦୧୦ରେ ଚାକିରି ପାଇଥିଲେ ।

 

Leave A Reply

Your email address will not be published.