Latest Odisha News

BREAKING NEWS

କ୍ରସର ମାଲିକ ଉପରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ସୁନା ଲୁଟିନେଲେ ଦୃର୍ବୁତ୍ତ

ଢେଙ୍କାନାଳ : ମୋଟୋଗାଁ ଥାନା ଅନ୍ତର୍ଗତ ନୂଆ ଓଡାପଡ଼ା ଅଞ୍ଚଳରେ ଗୁଳିକାଣ୍ଡ  । ୧୧ ଜଣ ଦୃର୍ବୁତ୍ତ କ୍ରସର ମାଲିକ ଯୁବରଞ୍ଜନ ପଣ୍ଡାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯୁବରଞ୍ଜନ ପଣ୍ଡାଙ୍କ ସହଯୋଗୀ ସୁବ୍ରତ କୁମାର ନାୟକଙ୍କୁ ମଧ୍ୟ ଦୃର୍ବୁତ୍ତମାନେ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିବା ସହ ଲକ୍ଷାଧିକ ଟଙ୍କା ମୋବାଇଲ ନେଇ ପଳାଇଥିଲେ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ  । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି l

ତେବେ ପୋଲିସ କହିବା ଅନୁଯାୟୀ,  ଗତ ୨ ତାରିଖ ରାତି ୧୧ଟା ସମୟରେ ବୈଷ୍ଣବଦେବି କ୍ରସରରେ କ୍ରସର ମାଲିକ ଓ ତାଙ୍କ ବ୍ୟବସାୟୀକ ସହଯୋଗୀ ସୁବ୍ରତ କୁମାର ନାୟକ ଖାଉଥିବା ସମୟରେ ୧୧ଜଣ ଦୃର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିସହ କ୍ରସର ଭିତରୁ ନଗଦ ୭ ଲକ୍ଷ ୩୪ ହଜାର ଟଙ୍କା, ସୁନାଚେନ ଏବଂ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ l ତେବେ ସୁବ୍ରତଙ୍କ ଦୁଇ ଗୋଡ଼ ଦୁଇ ହାତକୁ ଲୁହାରଡ଼ରେ ପିଟି ସମ୍ପୂର୍ଣ୍ଣ ନଷ୍ଟ କରିଥିବା ସୂଚନା ରହିଛି l

ତେବେ ଅଭିଯୁକ୍ତ ମାନେ ହେଲେ ବିବେକାନନ୍ଦ ସାହୁ, ରମାକାନ୍ତ ବେହେରା , ଶୁଭେନ୍ଦ୍ର ପରିଡା, ରାଜେନ୍ଦ୍ର ପ୍ରସାଦ ବେହେରା, ପ୍ରିୟରଞ୍ଜନ ପ୍ରଧାନ। ପୂର୍ବରୁ ଏମାନଙ୍କ ନାଁରେ ୨ରୁ ଅଧିକ ଅପରାଧିକ ମାମଲା ରହିଛି । ଏହି ଅପରାଧୀମାନେ ପୁରୀରେ ରହିଥିବା ବେଳେ ପୋଲିସ ଗିରଫ କରିଛି । ତେବେ ଖଣି ନିଲାମକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି  । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀମନକୁ ପୋଲିସ ଧରିବାକୁ ଅଧିକ ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.