Latest Odisha News

୨ ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଏବେ ବାରମ୍ବାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି । ଶ୍ରୀନଗରର ଇଦଗାହ ଅଂଚଳର ସରକାରୀ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟକୁ ୨ରୁ୩ଜଣ ଆତଙ୍କବାଦୀ ପ୍ରବେଶ କରି ପ୍ରିନ୍ସପାଲ ସତିନ୍ଦର କୌର ଓ ଶିକ୍ଷକ ଦୀପକ ଚାନ୍ଦଙ୍କୁ ଗୁଳି କରିଥିଲେ । ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେଶନ ଜାରୀ ରଖିଛି । ୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୭ଜଣ ସାଧାରଣ ନାଗରିକ ରହିଛନ୍ତି । ଏହା ମଧ୍ୟରେ କଶ୍ମୀର ପଣ୍ଡିତ ଓ ଶିଖ ସମ୍ପ୍ରଦାୟର ଲୋକ ରହିଛନ୍ତି ।

Comments are closed.