Latest Odisha News

ଦକ୍ଷିଣ ଆଫ୍ରିକାରେ ପଂହଚିଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆଗାମୀ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପଂହଚିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ବୁଧବାର ରାତିରେ ଡର୍ବାନରେ ପଂହଚିବା ପରେ ଯଶସ୍ୱୀ ଜୈସୱାଲ ଓ ରିତୁରାଜ ଗାଏକ୍ୱାଡ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ମାସ ୧୦ରୁ ଟି୨୦ ସିରିଜ ଆରମ୍ଭ ହେବ । ଏହା ପରେ ୧୭ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ ସିରିଜ ପାଇଁ ଦଳ ସହିତ ଯୋଗ ଦେବେ ।

ଟି୨୦ ସିରିଜ:ଡିସେମ୍ବର ୧୦: ପ୍ରଥମ ଟି୨୦, ଡର୍ବାନ  । ଡିସେମ୍ବର ୧୨: ଦ୍ୱିତୀୟ ଟି୨୦, ସେଂଟ ଜର୍ଜ । ଡିସେମ୍ବର ୧୪: ତୃତୀୟ ଟି୨୦, ଜୋହାନ୍ସବର୍ଗ
ଦିନିକିଆ ସିରିଜ :  ଡିସେମ୍ବର ୧୭: ପ୍ରଥମ ଦିନିକିଆ, ଜୋହାନ୍ସବର୍ଗ । ଡିସେମ୍ବର ୧୯: ଦ୍ୱିତୀୟ ଦିନିିକିଆ, ସେଂଟ ଜର୍ଜ । ଡିସେମ୍ବର ୨୧: ତୃତୀୟ ଦିନିକିଆ, ପର୍ଲ ।
ଟେଷ୍ଟ ସିରିଜ: ପ୍ରଥମ ଟେଷ୍ଟ: ଡିସେମ୍ବର ୨୧ରୁ ୩୦, ସେଂଚୁରିଆନ । ଦ୍ୱିତୀୟ ଟେଷ୍ଟ: ଜାନୁୟାରୀ ୩ରୁ ୭, କେପଟାଉନ ।

Comments are closed.