Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ବାହିନୀ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ମୁମ୍ବାଇରୁ ଟିମ ମ୍ୟାନେଜମେଂଟଙ୍କ ସହ ସମସ୍ତ ଖେଳାଳି ବିଳମ୍ଭିତ ରାତିରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି। ଏବେ ଭାରତର ପରବର୍ତ୍ତୀ ଲକ୍ଷ୍ୟ  ଟି-୨୦ ବିଶ୍ୱକପରେ ରହିଛି।

ବୋଲିଂ ଫିଲ୍ଡିଂ ସମସ୍ୟା

୨୦୨୧ ଟି-୨୦ ବିଶ୍ୱକପ ୟୁଏଇରେ ଭାରତ ଖରାପ ଖେଳ ପ୍ରଦର୍ଶନ କରିଥିଲା । ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ଘରକୁ ଫେରିଥିଲା।  ୨୦୨୨ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତର ବ୍ୟାଟସମ୍ୟାନ ମାନେ ଭଲ ଫର୍ମରେ ଅଛନ୍ତି । ବାଉନ୍ସିଂ ପିଚ୍‌ରେ ଖେଳିବାର ଅନୁଭବ ମଧ୍ୟ ରଖିଛନ୍ତି। ଭାରତ ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର ଥିବା ବିଶିଷ୍ଟ ଖେଳାଳିମାନେ ଭବିଷ୍ୟବାଣୀ କରିଛନ୍ତି ।  କିନ୍ତୁ ଟି-୨୦ ବିଶ୍ୱକପରେ ଭାରତ ପାଇଁ ବୋଲିଂ ଓ ଫିଲଡିଂ ସମସ୍ୟା ରହିଛି ।

ତିନୋଟି ବିଭାଗରେ ଉନ୍ନତି ଆବଶ୍ୟକ

କ୍ରିକେଟ ସମୀକ୍ଷକଙ୍କ କହିବା ଅନୁସାରେ ଭାରତକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂକୁ ଉନ୍ନତ କରିବାକୁ ପଡ଼ିବ ।  କେବଳ ବ୍ୟାଟିଂ ବଳରେ ବଡ଼ ସ୍କୋର କରିବା ପରେ ବିଶ୍ୱକପ ଜିତିବା ସମ୍ଭବ ନୁହେଁ।  ଶେଷ ଚାରି ଓଭର  ବୋଲିଂ ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ସମସ୍ୟା ।  ଏସିଆ କପରୁ ଭାରତ ଡେଥ ବୋଲିଂକୁ ନେଇ ପୂର୍ବ କ୍ରିକେଟରମାନେ ସତର୍କ କରାଇଛନ୍ତି । ବୁମରାଙ୍କୁ ଛାଡିଦେଲେ କୈାଣସି ବୋଲର ଶେଷ ଚାରି ଓଭରରେ ରନ କମ ଖର୍ଚ କରିପାରୁନାହାଁନ୍ତି ।

ବଡ଼ ସ୍କୋର

ଭାରତ ବଡ଼ ସ୍କୋର କରିପାରିବ । କାରଣ  ରୋହିତ, ରାହୁଲ, ବିରାଟ, ସୂର୍ଯ୍ୟକୁମାର, ପନ୍ତ, ଦିନେଶ କୁମାର, ହାର୍ଦ୍ଦିକ ଙ୍କ ଭଳି ଭଲ ବ୍ୟାଟସମ୍ୟାନ ପୂର୍ବରୁ ତାଙ୍କର କ୍ଷମତା ଦେଖାଇଛନ୍ତି । ଭାରତ ବଡ଼ ସ୍କୋର କରିବାରେ ଅସୁବିଧା ନାହିଁ । ଭାରତର ସବୁ ବ୍ୟାଟସମ୍ୟାନ ଏବେ ଭଲ ଫର୍ମରେ ରହିଛନ୍ତି । ଅନେକ ମ୍ୟାଚରେ ଭାରତ ଦୁଇ ଶହ ରନ ପାର କରିବାର ଦକ୍ଷତା ମଧ୍ୟ ରଖିଛି ।

ଖରାପ ବୋଲିଂ

ଆହତ ଯୋଗୁଁ ବୁମରା ଏବେ ମ୍ୟାଚ ଖେଳିବେ ନାହିଁ । ଟି-୨୦ ବିଶ୍ୱକପରୁ ସେ ବାଦ ପଡ଼ିବା ଟିମ ଇଣ୍ଡିଆ ପାଇଁ  ବଡ଼ ଝଟକା। ବିଶ୍ୱକପ ଟିମରେ ଷ୍ଟାଣ୍ଡବାଇ ଭାବେ ମହମ୍ମଦ ଶାମି ଓ ଦୀପକ ଚହର ଅଛନ୍ତି। ସାମି ତାଙ୍କ ବଦଳ ଖେଳାଳି ହେବେ ବୋଲି କୋଚ ରାହୁଲ ଦ୍ରାବିଡ କହିଛନ୍ତି । ଅନ୍ୟ ଖେଳାଳିମାନେ ଏସିଆ କପ ସହ ଗତ ଦୁଇଟି ସିରିଜରେ ଅତ୍ୟନ୍ତ ଖରାପ ବୋଲିଂ କରିଛନ୍ତି । ବିଶେଷ କରି ଶେଷ ଚାରି ଓଭରରେ ଭାରତର ବୋଲିଂ ନୈରାଶ୍ୟଜନକ ରହିଛି । ଅନ୍ୟପଟେ ଶାମି ଭାରତ ପାଇଁ ଚଳିତ ବର୍ଷ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ମହମ୍ମଦ ସିରାଜଙ୍କ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଢେର ରନ ବ୍ୟୟ କରିଛନ୍ତି। ଭୁବନେଶ୍ବର କୁମାର ମଧ୍ୟ ଶେଷ ଓଭରରେ ପ୍ରବଳ ମାଡ଼ ଖାଉଛନ୍ତି । ଏସିଆ କପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ବୋଲରମାନେ ଡେଥ ଓଭର ଗୁଡ଼ିକରେ ପ୍ରବଳ ରନ ଖର୍ଚ୍ଚ କରିଛନ୍ତି। ଭୁବନେଶ୍ୱର କୁମାର ସବୁଠାରୁ ଅଭିଜ୍ଞ ବୋଲର। ହେଲେ ସେ ଏକାଧିକ ମ୍ୟାଚ୍‌ର ୧୯ମ ଓଭରରେ ଅଧିକ ରନ ଦେବାରୁ ଭାରତକୁ ମ୍ୟାଚ ହାରିବାକୁ ପଡ଼ିଛି।

Leave A Reply

Your email address will not be published.