Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଆରମ୍ଭ ହେଲା ଭାରତର ଅଭ୍ୟାସ ସେଶନ

ନୂଆଦିଲ୍ଲୀ:ଆଇପିଏଲ ପରେ ଭାରତୀୟ କ୍ରିକେଟ ଟିମ ବିରାଟ କୋହଲିଙ୍କ ବିନା ଆମେରିକା ଯାଇଛନ୍ତି । ସେଠାରେ ଦଳ ଅଭ୍ୟାସ ସେଶନ ଆରମ୍ଭ କରିଛି । କୋହଲି ବ୍ୟକ୍ତିଗତ କାରଣରୁ ବ୍ରେକ ନେବା ପରେ ସେ ଶୁକ୍ରବାର ଟିମ ସହିତ ଯୋଗ ଦେବେ ବୋଲି ଜଣା ପଡିଛି । ତେବେ ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏଠାକାର ତାପମାତ୍ରା ଭାରତଠାରୁ କମ ରହିଥିବାରୁ ଖେଳାଳିମାନେ ଏଥିସହ ଅଭ୍ୟସ୍ତ ହେବାକୁ ଉଦ୍ୟମ କରୁଛନ୍ତି । ସକାଳେ କୁକାବୁରା ବଲକୁ ସାମ୍ନା କରିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଏତେଟା ସହଜ ହେବନି ବୋଲି ଅନୁମାନ କରାଯାଉଛି । ୧୪ଜଣ ଖେଳାଳି ହାଲକା ଜଗିଂ କରିବା ପରେ ଶଟଲ ରନ ଲଗାଇଥିଲେ ।

ନ୍ୟୁୟର୍କରେ କ୍ରିକେଟ ଖେଳିବା ନେଇ ଖେଳାଳିମାନଙ୍କ ମଧ୍ୟରେ ଜିଜ୍ଞସା ରହିଛି । ଏଠାରେ କେହି କ୍ରିକେଟ ଖେଳି ନ ଥିବାରୁ ମନରେ ଉତ୍କଣ୍ଠା ରହିଛି । ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପରିବେଶର ମଜା ଉଠାଉଥିବା ବେଳେ ସୂର୍ଯ୍ୟକୁମାର ଯାଦବ ସ୍ଥାନୀୟ ବାସିନ୍ଦାଙ୍କଠାରୁ କ୍ରିକେଟ ପ୍ରତି ଆଗ୍ରହ ସମ୍ପର୍କରେ ଅନୁଧ୍ୟାନ କରୁଥିଲେ । ୫ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଏଠାରେ ତାର ଅଭିଯାନ ଆରମ୍ଭ କରିବ ।

Comments are closed.