Latest Odisha News

IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭଦୋଦରାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାରିଯାଇଛନ୍ତି ରିଷଭ ପନ୍ତ।

ତାଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ୍ ଅଭ୍ୟାସ ସମୟରେ ପନ୍ତ ଆହତ ହୋଇଥିଲେ, ଯାହା ତାଙ୍କୁ ସିରିଜରୁ ବାହାର କରିବାକୁ ବାଧ୍ୟ କରିଥିଲା। ଫଳରେ କେଏଲ ରାହୁଲଙ୍କ ବ୍ୟାକଅପ୍ ଭାବରେ ଧ୍ରୁବ ଜୁରେଲଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଦଳରେ ଏହି ପରିବର୍ତ୍ତନ ଶେଷ ମୁହୂର୍ତ୍ତରେ କରାଯାଇଛି। ଭାରତୀୟ ଦଳ ଆଜି ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଯେତେବେଳେ ମୁଖ୍ୟ ଦଳ ଘୋଷଣା କରାଯାଇଥିଲା ସେତେବେଳେ ଧ୍ରୁବ ଜୁରେଲଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇନଥିଲା।

 

Comments are closed.