Latest Odisha News

BREAKING NEWS

ଏହି ଜର୍ସି ପିନ୍ଧି ଭାରତୀୟ ଟିମ ଖେଳିବ ଏସିଆ କପ କ୍ରିକେଟ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟ୍ରଫି ପାଇଁ ଭାରତୀୟ ଟିମ ଦୁବାଇରେ ପଂହଚି ସାରିଛି । ସେପ୍ଟମ୍ବର ୯ରୁ ୮ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଂଟ ଟି୨୦ ଫର୍ମାଟରେ ଖେଳାଯିବ । ୨୦୨୩ରେ ଭାରତ ଏହି ଟ୍ରଫି ହାସଲ କରିଥିଲା । ଇତି ମଧ୍ୟରେ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଟିମର ଅଲରାଉଣ୍ଡର ଶିବମ ଦୁବେ ଏହି ଜର୍ସିର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଜର୍ସି ସ୍ପନଶରଶିପରୁ ଡ୍ରିମ ୧୧ ହଟିଯାଇଛି । ନୂତନ ଜର୍ସିରେ ବଡ ଧରଣର ପରିବର୍ତନ କରାଯାଇ ନ ଥିଲେ ମଧ୍ୟ ଡ୍ରିମ ୧୧ ନାମ ଉଠିଯାଇଛି । ଜର୍ସିର ରଙ୍ଗ ନୀଳ ହୋଇଥିବା ବେଳେ ଦୁଇ ହାତ କମଳା ରଙ୍ଗର ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି ।

ସରକାର ଅନଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ ୧୧ ସ୍ପନଶରଶିପରୁ ହଟି ଯାଇଥିଲା । ଏବେ ବିସିିସିଆଇ ଏଥିପାଇଁ ନୂତନ ସ୍ପନଶର ଖୋଜିବା ଆରମ୍ଭ କରିଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜର ପ୍ରତ୍ୟେକ ମ୍ୟାଚ ପାଇଁ ୩.୫ କୋଟି ଟଙ୍କା ଓ ଆଇସିସି ଏବଂ ଏସିସି ଇଭେଂଟର ମ୍ୟାଚ ପାଇଁ ୧.୫ କୋଟି ଟଙ୍କା ସ୍ଥିର କରିଛି । କ୍ରିକବିଜ ରିପୋର୍ଟ ଅନୁସାରେ ପୂର୍ବରୁ ଦ୍ୱିପାକ୍ଷିକ ମ୍ୟାଚ ପାଇଁ ୩.୧୭ ଓ ମଲ୍ଟିନ୍ୟାଶନାଲ ଇଭେଂଟ ପାଇଁ ୧.୧୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

Comments are closed.