Latest Odisha News

BREAKING NEWS

ଟିମ ଇଣ୍ଡିଆର ଜର୍ସି ସ୍ପନଶର ହେଉଛନ୍ତି କି ବର୍ବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଜର୍ସି ସ୍ପନଶର ହେବା ସର୍ବଦା ଗର୍ବର ବିଷୟ ହୋଇଥାଏ । ମାତ୍ର ସଂଯୋଗର ବିଷୟ ଏହି କି ଯେ, ଯିଏ ବି ଟିମ ଇଣ୍ଡିଆର ଜର୍ସି ସ୍ପନଶର ହୋଇଛି ପରେ ସେହି କମ୍ପାନୀ ବର୍ବାଦ ହୋଇଯାଇଛି । ଏବେ ଏହି ସଂଯୋଗ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତୁ ନଜର ପକାଇବା ଏହି ଅଜବ ଗଜବ ସଂଯୋଗ ଉପରେ.. ।
ସାହାରା(୨୦୦୧ରୁ ୨୦୧୩): ସାହାରା ଗ୍ରୁପ ୧୨ ବର୍ଷ ଧରି ଭାରତୀୟ କ୍ରିକେଟ ଟମିର ଜର୍ସି ସ୍ପନଶର ହୋଇଥିଲା । ଏହା ମଧ୍ୟରେ ଟିମ ଇଣ୍ଡିଆ ୨୦୦୩ ବିଶ୍ୱକପ ଫାଇନାଲରେ ପରାଜିତ ହୋଇଥିବା ବେଳେ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ବିଜୟୀ ହୋଇଥିଲେ । ୨୦୧୨ ପରଠାରୁ ସାହାରର ପତନ ଆରମ୍ଭ ହୋଇଥିଲା । ୨୦୧୪ରେ ଏହାର ଚେୟାରମ୍ୟାନ ସୁବ୍ରତ ରାୟ ଗିରଫ ହୋଇଥିଲେ ।

ଷ୍ଟାର ଇଣ୍ଡିଆ (୨୦୧୪-୨୦୧୭): ସାହାରା ପରେ ବିସିସିଆଇ ସହ ଷ୍ଟାର ଇଣ୍ଡିଆ ଚୁକ୍ତି କରିଥିଲା । ଏହି ଅବସରରେ ଭାରତୀୟ କ୍ରିକେଟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଆକର୍ଷଣୀୟ ପ୍ରଦର୍ଶନର ସାକ୍ଷୀ ରହିଥିଲା । ଷ୍ଟାର ଇଣ୍ଡିଆର ସମସ୍ୟା ଏହା ପରେ ଆରମ୍ଭ ହୋଇଥିଲା । ୱାଲ୍ଟ ଡୀଜନୀ ସହ ସମ୍ପର୍କ ଖରାପ ହେଲା ପରେ ଜିୟୋ ସହିତ ଏହା ମର୍ଜ କରିଥିଲା ।
ଓପ୍ପୋ(୨୦୧୭-୨୦୨୦): ଚୀନୀ କମ୍ପାନୀ ଓପ୍ପୋ ବିସିସିଆଇ ସହିତ ୧୦୭୯ କୋଟି ଟଙ୍କାର ବଡ ଚୁକ୍ତି କରିଥିଲା । ନୋକିଆ ଓ ଇଂଟରଡିଜିଟାଲ ସହ ପେଟେଂଟ ବିବାଦ ହେବା ପରେ ଓପ୍ପୋ ଚୁକ୍ତି ମଝିରୁ ଭାଙ୍ଗି ଦେଇଥିଲା ।

ବାୟଜୁ(୨୦୨୦-୨୦୨୨)- ଓପ୍ପୋ ପରେ ଭାରତୀୟ ଟିମର ଜର୍ସି ପାର୍ଟନର ବାୟଜୁ ହୋଇଥିଲା । ହଠାତ କମ୍ପାନୀ ଭିନ୍ନ କାରଣ ଯୋଗୁ ବର୍ବାଦ ହୋଇ ଯାଇଥିଲା । ବିସିସିଆଇର ଅର୍ଥ ପୈଠ କରିବା ପାଇଁ କମ୍ପାନୀକୁ ସଂଘର୍ଷ କରିବାକୁ ପଡିଥିଲା । ୧୫୮ କୋଟି ଟଙ୍କା ପାଇବା ପାଇଁ ବିସିସିଆଇ ଏନସିଏଲଟିର ଶରଣାଗତ ହୋଇଥିଲା ।
ଡ୍ରିମ ୧୧(୨୦୨୩ରୁ..)- ୨୦୨୩ରେ ଡ୍ରିମ ୧୧ ୩ ବର୍ଷ ପାଇଁ ବିସିସିଆଇ ସହ ଚୁକ୍ତି କରିଥିଲା । ଏବେ ସରକାର ଗେମିଂ ବିଲ ଓ ଏହାର ବିଜନେସ ମଡେଲ ଉପରେ ବଡ ପ୍ରହାର କରିଛି । ଡ୍ରିମ ୧୧ ବିସିସିଆଇ ସହ ଚୁକ୍ତି ବଜାୟ ରଖୁଛି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

Comments are closed.