Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମର ୩ଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଉନ୍ମୋଚିତ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଟିମର ନୂତନ କିଟ ସ୍ପନଶର ପକ୍ଷରୁ ଜର୍ସି ଉନ୍ମୋଚନ କରାଯାଇଛି । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଭାରତୀୟ ଖେଳାଳିମାନଙ୍କ ପାଇଁ ୩ଟି ଯାକ ଫର୍ମାଟ ନିମନ୍ତେ ଅଲଗା ଅଲଗା ଜର୍ସି ପ୍ରସ୍ତୁତ କରିଛି । ଖେଳାଳିମାନେ ନୂତନ ଟ୍ରେନିଂ ଜର୍ସିରେ ଇଂଲଣ୍ଡରେ ଅଭ୍ୟାସ କରୁଛନ୍ତି । ଗତ ମାସରେ ବିସିସିଆଇ ୨୦୨୮ ପର୍ଯ୍ୟନ୍ତ ଆଡିଡସ ସହ ଏ ନେଇ ଚୁକ୍ତି ସାଇନ କରିଛି । ୱାଙ୍ଖେଡରେ ବିଶାଳ ଜର୍ସିକୁ ଆକାଶରେ ଉଡାଇ କମ୍ପାନୀ ଏହାକୁ ପ୍ରଦର୍ଶିତ କରିଥିଲା ।

ଟି୨୦ ଟିମ ପାଇଁ କଲରଲେସ ଜର୍ସି ପ୍ରସ୍ତୁତ କରାଯାଇଛି । ୩ଟି ଯାକ ଫର୍ମାଟର ଜର୍ସିରେ ୩-୩ ପଟି ରହିଛି । ଜୁନ ୭ରୁ ଅଷ୍ଟ୍ରେଲିଆc ବିପକ୍ଷରେ ଭାରତ ଓଭାଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବ । ଇଂଲଣ୍ଡ ପଂହଚିବା ପରେ ଖେଳାଳିମାନଙ୍କ ପାଇଁ ଟ୍ରେନିଂ କିଟ ପ୍ରଦାନ କରାଯାଇଥିଲା । ନୂତନ ଜର୍ସିରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ବିସିସିଆଇ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.