Latest Odisha News

ଦୀର୍ଘ ଦିନ ପରେ ପରିବାର ସଦସ୍ୟଙ୍କୁ ଭେଟିଲେ ଚାମ୍ପିୟନ ଭାରତୀୟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇବା ପରେ ଭାରତୀୟ କ୍ରିକେଟପ୍ରେମୀ ଓ ଖେଳାଳିଙ୍କ ପାଇଁ ଏକ ନୂଆ ପର୍ବ ଆସିଛି କହିଲେ ଭୁଲ ହେବନି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ପ୍ରଶଂସକମାନେ ସେମାନଙ୍କ ଏକ ଝଲକ ଦେଖିବା ପାଇଁ ବ୍ୟଗ୍ର ହୋଇ ପଡିଥିଲେ । ପରିବାରଠାରୁ ଦୀର୍ଘ ଦିନ ହେବ ଦୂରେଇ ରହିଥିବା ଖେଳାଳିମାନେ ସେମାନଙ୍କଙ୍କ ନିକଟତର ଭେଟିବା ପରେ ଆଖିରୁ ସନ୍ତୋଷର ଲୁହ ଝରି ଯାଇଥିଲା । ବିରାଟ କୋହଲିଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଇଟିସି ମୌର୍ଯ୍ୟ ପଂହଚିଥିଲେ ।

ଭଉଣୀ ଭାବନା କୋହଲି ସୋସିଆଲ ମିଡିଆର ଭାଇ ଏବଂ ଟିମ ସହିତ ଫଟୋ ଶେୟାର କରିଛନ୍ତି । କିଙ୍ଗ କୋହଲି ଖୁସିରେ ନିଜ ଭଣଜା ଓ ଭାଣିଜୀଙ୍କୁ ନିଜର ପଦକ ପିନ୍ଧାଇଥିଲେ । ୨୦୦୭ରେ ଭାରତ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଜିତିଥିଲା । ଏଥର ଏହି ଟାଇଟଲ ଦ୍ୱିତୀୟ ଥର ପାଇଁ ହାସଲ କରିଛି । ସେହିପରି ୧୧ ବର୍ଷ ପରେ ଆଇସିସି ଟୁର୍ଣ୍ଣାମେଂଟ ଜିତିବାରେ ରୋହିତ ବାହିନୀ ସଫଳ ହୋଇଛନ୍ତି ।

Leave A Reply

Your email address will not be published.