Latest Odisha News

BREAKING NEWS

ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ପ୍ରଦର୍ଶନ, କେହି ଜଣେ ବି କରି ପାରିଲେନି ୧୦ ରନ୍

ଆଡିଲେଡ୍: ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ବ୍ୟାଟିଂ । ଗୋଟିଏ ଇନିଂସରେ ସର୍ବନିମ୍ନ ସ୍କୋର କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଭାରତ । ମାତ୍ର ୩୬ ରନରେ ଦଳ ଫିଙ୍ଗି ଦେଇଛି ସମସ୍ତ ୧୦ଟି ଓ୍ୱିକେଟ । ତେବେ ଭାରତ ୯ଟି ଓ୍ୱିକେଟ ହରାଇଛି । ମହମ୍ମଦ ସାମି ରିଟାୟର ହଟ୍ ହୋଇଛନ୍ତି ।

ପୂର୍ବରୁ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୪୨ରନ୍ କରିଥିଲା । ୧୯୭୪ରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏହି ସ୍କୋର କରିଥିଲା ଟିମ୍ ଇଣ୍ଡିଆ । ଅର୍ଥାତ ୪୬ବର୍ଷ ପରେ ଟେଷ୍ଟ କ୍ରିକେଟରେ ସବୁଠୁ ଖରାପ ଖେଳ ଦେଖାଇଛି ଭାରତ ।

ପିଙ୍କ ବଲ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଲେ ଅଷ୍ଟ୍ରେଲିଆ ବୋଲର । କେହି ବି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିଲେ ନାହିଁ । କେହି ଜଣେ ହେଲେ ୧୦ ରନ୍ ବି କରି ପାରିଲେ ନାହିଁ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଲଜଉଡ୍ ସର୍ବାଧିକ ୫ଟି ଓ ପ୍ୟାଟ୍ କୁମିନ୍ ୪ଟି ଓ୍ୱିକେଟ ନେଇ ଭାରତୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

ଭରାତ ପ୍ରଥମ ଇନିଂସରେ ୨୪୪ ରନ୍ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୯୧ରନରେ ଅଲଆଉଟ୍ ହୋଇଥିଲା । ଏବେ ଘରୋଇ ଦଳ ଆଗରେ ଜିତିବା ପାଇଁ ୯୦ ରନ୍ ବିଜୟ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.