Latest Odisha News

BREAKING NEWS

ପର୍ଥ ଟେଷ୍ଟ ପୂର୍ବରୁ ସର୍ଫରାଜ, ରାହୁଲ ଆଘାତପ୍ରାପ୍ତ

ପର୍ଥ: ନଭେମ୍ବର ୨୨ରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ୱାକା ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା । ଟିମ ଇଣ୍ଡିଆର ଦୁଇ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ଓ କେଏଲ ରାହୁଲ ଏହି ଅଭ୍ୟାସ ସେଶନରେ ଆଘାତପ୍ରାପ୍ତ ହୋଇଛନ୍ତି । ରାହୁଲଙ୍କ ଡାହଣ ହାତ କହୁଣୀରେ ବଲ ବାଜିବା ପରେ ସେ ଯନ୍ତ୍ରଣା ଅନୂଭବ କରିଥିଲେ । ଫିଜିଓଙ୍କ ପରୀକ୍ଷଣ ପରେ ସେ ଡ୍ରେସିଂରୁମକୁ ଫେରି ଯାଇଥିଲେ । ସର୍ଫରାଜ ଖାଁ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି । ତେବେ ଏହି ଦୁଇଜଣଙ୍କ ଆଘାତ ସମସ୍ୟା ଗୁରୁତର ନୁହେଁ ବୋଲି ଟିମ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ପ୍ରସିଦ୍ଧ କ୍ରିଷ୍ଣା ଓ ମୁକେଶ କୁମାର ବୋଲିଂ ଅଭ୍ୟାସ କରିଥିଲେ । ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବା ସମ୍ଭାବନା କମ ଥିବାରୁ ଯଶପ୍ରୀତ ବୁମରାହ ଅଧିନାୟକ ଦାୟିିତ୍ୱ ତୁଲାଇ ପାରନ୍ତି । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋଚ ଗୌତମ ଗମ୍ଭୀର କହିଥିଲେ, ରୋହିତଙ୍କ ସମ୍ପର୍କରେ ଶେଷ ନିଷ୍ପତି ମ୍ୟାଚ ପୂର୍ବରୁ ଗ୍ରହଣ କରାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଏହି ସିରିଜ ଭାରତ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.