Latest Odisha News

BREAKING NEWS

ଇଡେନ ଗାର୍ଡେନରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଇଡେନ ଗାର୍ଡେନରେ ଖେଳାଯିବ । ୬ ବର୍ଷ ପରେ ଭାରତ ଏହି ପିଚରେ ଟେଷ୍ଟ ଖେଳିବାକୁ ଯାଉଛି । ୨୦୧୯ରେ ଟିମ ଇଣ୍ଡିଆ ଶେଷ ଥର ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ଚାହିଁବ । ଆସନ୍ତୁ ନଜର ପକାଇବ ଏହି ପିଚରେ ଭାରତୀୟ ଟିମର ପ୍ରଦର୍ଶନ ଉପରେ… । ୧୯୩୪ରୁ ଆଜି ପର୍ଯ୍ୟନ୍ତ ଭାରତ ଏହି ଷ୍ଟାଡିୟମରେ ୪୨ ଟେଷ୍ଟ ଖେଳିଛି । ଓଭରାଲ ୧୩ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୯ରେ ପରାଜିତ ହୋଇଛି । ୨୦ ମ୍ୟାଚ ଡ୍ର ରହିଛି । ୧୯୬୧ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏଠାରେ ପ୍ରଥମ ବିଜୟ ହାସଲ କରିଥିଲା । ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଶେଷ ଥର ପାଇଁ ଏଠାରେ ବିଜୟୀ ହୋଇଛି ।

ଭିଭିଏସ ଲକ୍ଷ୍ମଣ ଇଡେନ ଗାର୍ଡେନରେ ସର୍ବାଧିକ ୧୦ ମ୍ୟାଚରେ ୧୨୧୭ ରନ କରିଛନ୍ତି । ତାଙ୍କ ତଳକୁ ରାହୁଲ ଡ୍ରାଭିଡ(୯୬୨) ଓ ସଚିନ ତେନ୍ଦୁଲକର(୮୭୨) ରହିଛନ୍ତି । ସେହିପରି ହରଭଜନ ସିଂ ସର୍ବାଧିକ ୪୬ ୱିକେଟ ଏହି ପିଚରେ ନେଇଛନ୍ତି । ଅନୀଲ କୁମ୍ବଲେ, ବିଶେନ ସିଂ ବେଦୀ ଓ କପିଳ ଦେବ ମଧ୍ୟରେ ଏଠାରେ ଭଲ ପ୍ରଦର୍ଶନ କରିଛନ୍ତି ।
ଟିମ ଇଣ୍ଡିଆ: ଶୁଭମନ ଗିଲ(ଅଧିନାୟକ), ରିଷଭ ପନ୍ତ(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ସାଈ ସୁଦର୍ଶନ, ଦେବଦତ ପାଡିକଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଆକାଶଦୀପ ଓ କୂୁଲଦୀପ ଯାଦବ ।

Comments are closed.