Latest Odisha News

BREAKING NEWS

ସାଉଥ ଆଫ୍ରିକାରେ ଟିମ୍ ଇଣ୍ଡିଆର ଅଭ୍ୟାସ: ଏକାଠି ଫୁଟବଲ ଖେଳିଲେ କୋହଲି-ଦ୍ରାବିଡ୍, ଦେଖନ୍ତୁ ଭିଡିଓ

ଜୋହନ୍ସବର୍ଗ: ସାଉଥ ଆଫ୍ରିକା ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଟିମ୍ । ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ । ଏହି ଗସ୍ତ ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଥିଲା । କୋହଲିଙ୍କ ପାଖରୁ ଦିନିକିଆ କ୍ୟାପଟେନସିପ୍ ଚଢ଼ାଇ ନେବା । ଏହାପରେ ବିରାଟ ଓ ବିସିସିଆଇ ମଧ୍ୟରେ ମତଭେଦ ଆଜି ଚର୍ଚ୍ଚା ଭିତରେ ସାଉଥ ଆଫ୍ରିକାରେ ଅଭ୍ୟାସ ଆରମ୍ଭ କରିଛି ଟିମ୍ ଇଣ୍ଡିଆ ।

କ୍ୱାରେଣ୍ଟିନ୍ କଟକଣା ସରିବା ପରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ପ୍ରାକ୍ଟିସ ସେସନର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛି ବିସିସିଆଇ । ଯେଉଁଥିରେ ବିରାଟ କୋହଲି ଓ କୋଚ୍ ରାହୁଲ ଦ୍ରାବିଡ୍ ଟିମ୍ ସହ ଫୁଲବର ଖେଳୁଥିବା ଦେଖିବାକୁ ମିଳିଛି ।

ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ବାଦ ପଡିଛନ୍ତି ରୋହିତ ଶର୍ମା । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲ୍ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ୍ କରି ପାରନ୍ତି । ମୟଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଶତକ ମାରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୬ ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ଭାରତ ଏଯାଏ ସାଉଥ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନାହିଁ ।

Comments are closed.