Latest Odisha News

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ବି ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଚଳିତ ବର୍ଷ ନଭେମ୍ବରରେ ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ସିରିଜର ଘୋଷଣା ଆକସ୍ମିକ ଭାବେ କରାଯାଇଛି । ଶୁକ୍ରବାର ବିସିସିଆଇ ଓ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଘରୋଇ ପରିବେଶରେ ଖେଳିବା ପରେ ଭାରତ ଏହି ଗସ୍ତରେ ୪ଟି ଟି୨୦ ମ୍ୟାଚ ଖେଳିବ । ନଭେମ୍ବର ୮ରେ ଡର୍ବାନରେ ପ୍ରଥମ ମ୍ୟାଚ ଖେଳାଯିବ । ଏହା ପରେ ୧୦ରେ କ୍ୱେବେରାହରେ, ୧୩ରେ ସେନୁଏଶନରେ ଓ ୧୫ରେ ଜୋହାନ୍ସବର୍ଗରେ ମ୍ୟାଚ ଖେଳାଯିବ ।

ଏହି ସିରିଜ ବେଶ ଲୋକପ୍ରିୟ ହେବ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦୁଇ ଶକ୍ତିଶାଳୀ ଓ ଦକ୍ଷତା ସମ୍ପନ୍ନ କ୍ରିକେଟ ଟିମ ହୋଇଥିବାରୁ ପ୍ରତ୍ୟେକ ମ୍ୟାଚକୁ ଦର୍ଶକ ଉପଭୋଗ କରିବେ ବୋଲି ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Comments are closed.