Latest Odisha News

BREAKING NEWS

ଇଣ୍ଡିଆ –ସାଉଥ ଆଫ୍ରିକା ପ୍ରଥମ ଟି-20 ଆଜି : ଟିମ୍ ଇଣ୍ଡିଆ ନେଇପାରେ ବଡ଼ ନିଷ୍ପତ୍ତି

ଭାରତ କ୍ରମାଗତ 13 ତମ ଟି -20 ଜିତି ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଚେଷ୍ଟା କରିବ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -20 ଆଜି ଦିଲ୍ଲୀରେ ଖେଳାଯିବ ।  ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଭାରତୀୟ ଫ୍ୟାନସମାନେ ଅପେକ୍ଷା କରିଛନ୍ତି । ଭାରତ କ୍ରମାଗତ 12 ଟି ମ୍ୟାଚ୍ ଜିତିଥିବାରୁ ଏହି ମ୍ୟାଚ ଜିତିବା ପାଇଁ ଭାରତୀୟ ଖେଳାଳି ନିଶ୍ଚୟ ଉଦ୍ୟମ କରିବେ । ଭାରତ କ୍ରମାଗତ 13 ତମ ଟି -20 ଜିତି ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଚେଷ୍ଟା କରିବ । ତେବେ କୋଚ ରାହୁଲ ଦ୍ରାବିଡଙ୍କ ମୁଖ୍ୟ ଉଦ୍ଦେଶ୍ୟ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ ପାଇଁ ଦଳ ପ୍ରସ୍ତୁତ କରିବା ହିଁ ରହିବ।

ଏହି ସିରିଜରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି କିନ୍ତୁ ଷ୍ଟାଣ୍ଡ-ଇନ୍ ଅଧିନାୟକ କେ.ଏଲ୍ ରାହୁଲ ଆହତ କାରଣରୁ ମଧ୍ୟ ଆଜି ଖେଳିବେ ନାହିଁ । କୂଳଦୀପ ଯାଦବ ମଧ୍ୟ ଆହତ ହୋଇଛନ୍ତି , ସେ ବି ଖେଳିବେ ନାହିଁ । ଭାରତ ପକ୍ଷରୁ ଋଷଭ ପନ୍ତ  (ଅଧିନାୟକ), ରୁତୁରାଜ ଗାଇକୱାଡ, ଇଶାନ କିଶାନ, ଦୀପକ ହୁଡା, ଶ୍ରେୟାସ ଆୟର,  ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, , ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମରାନ ମଲିକ ଆଜି ଖେଳିପାରନ୍ତି ।

ତେବେ ଓପନର ଭାବେ ରୁତୁରାଜ ଗାଇକୱାଡ ଏବଂ ଇଶାନ କିଶନଙ୍କ ଖେଳ ପ୍ରଶଂସକମାନେ ଦେଖିପାରନ୍ତି । ସୁର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଶ୍ରେୟସ୍ ଆୟରଙ୍କୁ ତୃତୀୟ ନମ୍ବରରେ ଛାଡିପାରନ୍ତି ରାହୁଲ ଦ୍ରାବିଡ । ଇନ୍-ଫର୍ମ ଦୀପକ ହୁଡାଙ୍କୁ ମଧ୍ୟ ଦଳରେ ନିଆଯାଇପାରେ ।

ଆଜିର ମ୍ୟାଚରେ କ୍ୟାପ୍ଟେନ ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ମଧ୍ୟମ ଅର୍ଡରର ଦାୟିତ୍ ଗ୍ରହଣ କରିବେ। କାର୍ତ୍ତିକ ତାଙ୍କର ଆଇପିଏଲ୍ ଫର୍ମ ବଜାୟ ରଖିପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ । ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ତିନି ଓ ଚାରି ନମ୍ବରରେ ବ୍ୟାଟିଂ କରିଥିଲେ କିନ୍ତୁ ତାଙ୍କୁ ଏଠାରେ ‘ଫିନିସର୍’ ଭୂମିକାରେ ଦେଖିବାକୁ ମିଳିବ । ଦ୍ରାବିଡ କହିବା ଅନୁସାରେ  ଭୂବନେଶ୍ୱର କୁମାର ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ ଯେଉଁଥିରେ ‘ଡେଡ ଓଭର’ ବିଶେଷଜ୍ଞ ହର୍ଷଲ ମଧ୍ୟ ରହିପାରନ୍ତି। ଆଭେଶ ଖାନ ତୃତୀୟ ଦ୍ରୁତ ବୋଲର ଭୂମିକାରେ ରହିବେ ।  କିନ୍ତୁ ଯଦି ସେ କାମ ନକରନ୍ତି ତେବେ ଅର୍ଶଦୀପ ସିଂ ଏବଂ ଉମ୍ରାନ ମଲିକଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇପାରେ।

ୟୁଜଭେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଯୋଡି 2019 ପରଠାରୁ ପ୍ରଥମ ଥର ପାଇଁ ଦଳକୁ ଫେରୁଛନ୍ତି ।  2010 ପରଠାରୁ ଦକ୍ଷିଣ ଆଫ୍ରିକା ଭାରତରେ ସୀମିତ ଓଭର ସିରିଜ୍ ହାରି ନାହିଁ ଏବଂ ଏଥର ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଦଳ ରହିଛି ।  ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ ମିଲର, କ୍ୱିଣ୍ଟନ ଡି କକ ଏବଂ ଆଡେନ ମାର୍କାରାମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବୋଲିଂ ବିଭାଗରେ ସେ ଟାବ୍ରେଜ୍ ଶାମସି ଏବଂ କେଶବ ମହାରାଜଙ୍କ ସ୍ପିନ୍ ଯୋଡି ଏବଂ କାଗିସୋ ରାବାଡା ଏବଂ ଅନ୍ରିଚ୍ ନର୍କିଆର ପେସ୍ ଯୋଡି ଉପରେ ଅଧିକ ଧ୍ୟାନ ଦେବେ।

Leave A Reply

Your email address will not be published.