Latest Odisha News

BREAKING NEWS

କୋଚିଂ ଷ୍ଟାଫଙ୍କୁ ହଟାଇଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମ କଥା ଲିକ ହେବା ଘଟଣାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବିସିିସିଆଇ ୩ଜଣ ସହାୟକ କୋଚିଂ ଷ୍ଟାଫଙ୍କୁ ହଟେଇ ଦେଇଛି । ସେମାନେ ହେଲେ ଅଭିଷେକ ନାୟାର, ଟି.ଦିଲୀପ ଓ ସୋହମ ଦେଶାଇ । ସେମାନଙ୍କ ସ୍ଥାନରେ ଏବେ ଅନ୍ୟ କାହାକୁ ନିଯୁକ୍ତ କରାଯାଇନି । ବ୍ୟାଟିଂ କୋଚ ଦାୟିତ୍ୱ ପୂର୍ବଭଳି ସୀତାଂଶୁ କୋଟାକ ତୁଲାଇବେ ଏବଂ ର‌୍ୟାନ ଟେନ ଡୋଶ୍ଚେଟଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଆଡ୍ରିୟନ ଲୀ ଦାୟିତ୍ୱ ତୁଲାଇବେ ।

ଆଡ୍ରିୟନ ଏବେ ପଞ୍ଜାବ କିଙ୍ଗସ ଟିମ ସହିତ ରହିଛନ୍ତି । ଦିଲୀପ ଓ ସୋହମ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଟିମ ଇଣ୍ଡିଆ ସହିତ ଜଡିତ ଥିଲେ । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ଖରାପ ଥିଲା । ଟିମ ଇଣ୍ଡିଆ ୧-୩ରେ ସିରିଜ ହାରିଥିଲା । ଏହା ପରେ ଡ୍ରେସିଂ ରୁମରେ ମୂଖ୍ୟ କୋଚ ଗୌତମ ଗମ୍ଭୀର କେତେକ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଏହି ଖବର ବାହାରେ ଲିକ ହୋଇ ଯାଇଥିଲା । ଯାହାକୁ ନେଇ ବିସିସିଆଇ ଅସନ୍ତୁଷ୍ଟ ଥିଲା ।

Comments are closed.