ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବ ପୂର୍ବ ଭଳି ଅଧିନାୟକ ଦାୟିତ୍ୱ ତୁଲାଇବେ । ସୂର୍ଯ୍ୟକୁମାର ଭଲ ଫର୍ମରେ ନ ଥିବା ବେଳେ ଟିମ ଇଣ୍ଡିଆ କ୍ରମାଗତ ବିଜୟ ହାସଲ କରିବା ତାଙ୍କ ସପକ୍ଷରେ ଯାଇଛି । ଶୁଭମନ ଗିଲଙ୍କୁ ଦଳରୁ ବାଦ ଦିଆଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ, ସୂର୍ଯ୍ୟକୁମାର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଉପସ୍ଥିତିରେ ୧୫ଜଣିଆ ଦଳର ଘୋଷଣା କରାଯାଇଥିଲା ।
ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଈଶାନ କିଶାନଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଛି । ରିଙ୍କୁ ସିଂ ଓ ସଞ୍ଜୁ ସାମସନ ମଧ୍ୟ ଦଳରେ ରହିଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ବିଶ୍ୱକପ ଫେବୃୟାରୀ ୭ରୁ ଆରମ୍ଭ ହେବ । ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଏହାକୁ ଆୟୋଜନ କରୁଛନ୍ତି । ଫେବୃୟାରୀ ୭ରେ ପାକିସ୍ତାନ-ନେଦରଲାଣ୍ଡ ଓ ଭାରତ-ୟୁଏଇ ମଧ୍ୟରେ ମ୍ୟାଚ ଆୟୋଜିତ ହେବ ।
ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, କୂଳଦୀପ ଯାଦବ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ବରୁଣ ଚକ୍ରବର୍ତି, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ ଓ ଈଶାନ କିଶାନ ।