Latest Odisha News

ଶ୍ରୀଲଙ୍କା ଆଗରେ ଭାରତ ଟାର୍ଗେଟ ରଖିଲା ୧୭୪ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୪ ରନ୍ ଟାର୍ଗେଟ ଦେଇଛି । ଆଜିର ମ୍ୟାଚରେ ପ୍ରଥମରୁ ଦୁଇଟି ଉଇକେଟ ଯାଇଥିଲେ ମଧ୍ୟ  ଲଢ଼ୁଆ ବ୍ୟାଟିଂ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ୩୨ ବଲରେ ଅର୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୪୧ ବଲରେ ୭୨ ରନ କରି ଦଳକୁ ପ୍ରାରମ୍ଭରୁ ଭଲ ସ୍କୋର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତେବେ ଶେଷ ଓଭରରେ ଲଗାତାର ଉଇକେଟ ଯିବାରୁ ଭାରତ ୮ ଉଇକେଟ ହରାଇ କରିଛି ୧୭୩ ରନ୍ ।

ଓପନର କେଏଲ ରାହୁଲ  ୬ ରନ କରି ଆଉଟ ହୋଇଥିବା ବେଳେ ଆଜି  ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ୩୪ ରନ କରି ଆଉଟ୍ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ କରିଥିବା ବେଳେ ଋଷଭ ପନ୍ଥ ୧୭ ରନ କରି ଆଉଟ ହୋଇଥିଲେ ।  ଦୀପକ ହୁଡା ମଧ୍ୟ ଆଜି ବ୍ୟାଟିଂରେ ଫେଲ୍ ହୋଇ ୩  ରନ କରି ଆଉଟ ହୋଇଥିଲେ । ଭୁବନେଶ୍ବର କୁମାର ଶୂନରେ ଆଉଟ ହୋଇଥିବା ବେଳେ ରବି ଚନ୍ଦ୍ରନ ଅଶ୍ବୀନ  ୧୫ ରନ କରିଥିଲେ । ଅର୍ଶଦୀପ ୧ ରନ କରିଥିଲେ ।

ଏସିଆ କପ୍‌ର ସୁପର-୪ରେ ଆଜି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ  କରିଥିବା  ଟିମ୍‌ ଇଣ୍ଡିଆ  ପ୍ରଥମ ରୁ ଦୁଇଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା । ତେବେ ରୋହିତଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏତେ ରନ କରିବାକୁ ସକ୍ଷମ ହୋଇଥିଲା ।

ସୁପର୍-୪ ମୁକାବିଲାରେ ପାକିସ୍ତାନ ଠାରୁ ହାରିଥିବାରୁ ଆଜିର ମ୍ୟାଚକୁ ଭାରତ ନିହାତି ଜିତିବା ଆବଶ୍ୟକ । ଆଜି ଜିତିଲେ ଏସିଆ କପ୍‌ ଫାଇନାଲରେ ପହଞ୍ଚିବାକୁ ଭାରତକୁ ସହଜ ହୋଇପାରେ ।

ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ଆଜି ଗୋଟିଏ ପରିବର୍ତ୍ତନ କରିଥିଲେ   ।  ରବି ବିଷ୍ଣୋୟୀଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସାମିଲ କରିଛନ୍ତି ।

ଭାରତ ଏକାଦଶରେ  ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ କିପର), ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ଯୁଜବେନ୍ଦ୍ର ଚହଲ, ଭୁବେନଶ୍ବର କୁମାର ଏବଂ ଅର୍ଶଦୀପ ସିଂହ ଖେଳୁଛନ୍ତି ।

Comments are closed.