Latest Odisha News

BREAKING NEWS

ସାମସନଙ୍କ ବଡ ଖୁଲାସା…… ଅଭିଷେକଙ୍କ ଲୋକପ୍ରିୟତାକୁ କେତେକ ଖେଳାଳି ହଜମ କରିପାରୁ ନ ଥିଲେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଓପନିଂ ପାର୍ଟନରଶିପ ଭାରତକୁ ମଜଭୁତ ସ୍ଥିତିରେ ରଖିଥିଲା । ଏଥିଯୋଗୁ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା । ନିକଟରେ ଏକ କାର୍ଯ୍ୟକ୍ରମରେ ସଞ୍ଜୁ ସାମସନ ଯୋଗ ଦେଇଥିଲେ । ସେ ଏକ ମଜାଦାର ଖୁଲାସା କରିଛନ୍ତି । ଅଭିଷେକଙ୍କ ଲୋକପ୍ରିୟତା ହଠାତ ଏତେ ବଢ଼ିଯାଇଛି ଯେ, କେତେକ ସାଥୀ ଖେଳାଳିଙ୍କୁ ଏହା ହଜମ ହୁଏନି । ଅବଶ୍ୟ ଏବେ ଏହା ଅଭ୍ୟାସରେ ପରିଣତ ହୋଇଗଲାଣି । ଫିଲ୍ଡରେ ସେ ପ୍ରବେଶ କରିବା ମାତ୍ରେ ଷ୍ଟାଡିୟମ ଅଭିଷେକ ଶବ୍ଦରେ ପ୍ରକମ୍ପିତ ହୁଏ ।

ଯେ କୌଣସି ଖେଳାଳି ହେଲେ ବି ଏହାକୁ ସହଜରେ ଗ୍ରହଣ କରିପାରିବ ନାହିଁ । ଏହି ଅବସରରେ ସେ ଅଭିଷେକଙ୍କୁ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଭିଷେକ ହସି କରି କହିଥିଲେ ସଞ୍ଜୁ ଭାଇ ଜଣେ ଜାଣିବା ଶୁଣିବା ବ୍ୟକ୍ତି । ସେ ଯତ୍ନ ନିଅନ୍ତି ଓ ସବୁ କଥା ଶୁଣନ୍ତି । କେରଳ-ପଞ୍ଜାବୀ ଯୋଡି ପଡିଆ ଭିତରେ ଓ ବାହାରେ ବି ହିଟ ବୋଲି କହିଥିଲେ । ଏଥର ଆଇପିଏଲରେ କିନ୍ତୁ ଉଭୟ ମୁହାଁମୁହିଁ ହେବେ । ସଞ୍ଜୁ ଚେନ୍ନାଇ ପକ୍ଷରୁ ଓ ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବେ ।

Leave A Reply

Your email address will not be published.