Latest Odisha News

BREAKING NEWS

ଟେଡି ଡେ; ଟେଡି ବିୟରରେ ନିବିଡ଼ ହୁଏ ସମ୍ପର୍କ

ଭୁବନେଶ୍ଵର: ଫେବୃଆରୀ ୭ରୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ଆଜି ହେଉଛି ଟେଡି ଡେ’ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, ଆଜିର ଦିନରେ ପ୍ରେମୀଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି।

କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।

ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ’ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ। ଲାଲ୍‌ ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଲାଲ୍‌ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ। ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ।

ଏହି ଟେଡି ବିୟର ଗୁଡିକ ଛୋଟରୁ ଆରମ୍ଭ କରି ୬ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ରହିଛି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଟେଡିଗୁଡ଼ିକର ଦାମ୍ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ଦୁଇ ହଜାର ଟଙ୍କା ପର୍ୟ୍ୟନ୍ତ ରହିଥିବା ବେଳେ ସୋ’ ରୁମ୍‌ରେ ଏହି ଟେଡିର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାର ସର୍ବାଧିକ ମୂଲ୍ୟ ୫ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି। ତେବେ ନାଲି, ନୀଳ ଓ ଗୋଲାପୀ ରଙ୍ଗ ଟେଡିର ଚାହିଦା ଅଧିକ ରହୁଛି। ଭାଲେଣ୍ଟାଇନ୍ ସପ୍ତାହରେ ହୃଦୟ ଆକୃତିର ଟେଡିର ଅଧିକ ଚାହିଦା ଥିବା ବ୍ୟବସାୟୀ କହିଛନ୍ତି।

Comments are closed.