Latest Odisha News

BREAKING NEWS

ଚାକିରି ସନ୍ଧାନରେ ଯାଉଥିଲେ, ଅଧାବାଟରେ ହୋଇଗଲେ କୋଟିପତି

ନ୍ୟୁୟର୍କ: ଘଡିଘଡିକର କଥା । କେତେବେଳେ ସମୟ କାହାକୁ ନେଇ କେଉଁଠି ପହଞ୍ଚାଇ ଦେବ କିଏ ଜାଣେ ? କଥରେ ଅଛି, ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକୀର । କେହି ଜାଣିବା ପୂ୍ର୍ବରୁ  ଅଭାବ ସହ ଲଢୁଥିବା ମଣିଷ କେତେବେଳେ କୋଟିପତି ହୋଇଯାଇଥିବ  ।  ଏ ସବୁ କେବଳ ଭାଗ୍ୟର ଖେଳ ।  ୧୮ ବର୍ଷର ଏଇ ଛୋଟ ପିଲାକୁ ଦେଖିଲେ ସେମିତି କିଛି ଭାବନା ମନକୁ ଆସେ ।

ଦେଖନ୍ତୁ, ଆମେରିକାର ଏଇ ୧୮ ବର୍ଷର ଏଇ ବାଳକଟି ପାଖରେ ଚାକିରି ନ ଥିଲା । ଗୋଟିଏ ଚାକିରି ଛାଡ଼ିବା ପରେ ଆଉ ଗୋଟିଏ ଚାକିରି ଅନ୍ୱେଷଣରେ ଥିଲେ । ଚାକିରି ଖୋଜି ବୁଲିବା ସମୟରେ ସେ କିଛି ପାନୀୟ କିଣିବାକୁ ଯାଇଥିଲେ । ହେଲେ ପାନୀୟ କିଣି ଦୋକାନର କାର ପାର୍କିଂ ପାଖରେ ପହଞ୍ଚିଛନ୍ତି କି ନାହିଁ, କୋଟିପତି ହୋଇଗଲେ!

ଗୋଟିଏ ଝଟକାରେ ତାଙ୍କ ପକେଟକୁ ଆସିଗଲା ୧ ମିଲିୟନ ଡଲାର ଅର୍ଥାତ ୮ କୋଟ ୨୧ ଲକ୍ଷ   । ସବୁଠାରୁ ବଡ କଥା ହେଉଛି, ଏହି ବାଳକର ଜେଜେ ବାପା ତାକୁ ଭବିଷ୍ୟବାଣୀ କରିଥିଲେ କୋଟିଏ ଟଙ୍କା ଜିତିବେ ବୋଲି । ଆଉ ଏହାର ଠିକ ଏକ ସପ୍ତାହ ପରେ ବାଳକ ଜଣକ ଜିତଛନ୍ତି ଏତେ ଟଙ୍କାର ଲଟେରୀ ।

ବ୍ରିଟିଶ ଖବରକାଗଜ ‘ଦ ମିରର’ କହିବା ଅନୁଯାୟୀ, ୧୮ ବର୍ଷର ଏଇ ବାଳକ ହେଉଛନ୍ତି ଡାଲଟନ ରେଡଫୋର୍ଡ । ଡାଲଟନଙ୍କ କହିବା ଅନୁଯାୟୀ, ସେ ଗୋଟିଏ ଚାକିରୀ ଛାଡ଼ିବା ପରେ ଆଉ ଏକ ଚାକିରୀ ଅନ୍ୱେଷଣରେ ବାହାରିଥିଲେ । ଏହି ସମୟରେ ସେ ଏକ  ଦେକାନକୁ ଯାଇ କିଛି ଏନର୍ଜି ଡ୍ରିଙ୍କସ ଏବଂ ଦୁଇଟି ସ୍କ୍ରେଚକାର୍ଡ କିଣିଥିଲେ । କାର୍ଡ କିଣି ସେ ଦୋକାନର କାର ପାତ୍କିଂ ପାଖକୁ ଯାଇ ଦେଖିଲେ ସେ ମିଲିୟନ ଡଲାର ଜିତି ଯାଇଛନ୍ତି । ତେବେ ଟାକ୍ସ ବାବଦ ତାଙ୍କର ୪ ଲକ୍ଷ କଟିଯିବ ।  ତେବେ ଡାଲଟନ କହିଛନ୍ତି ସେ ଏହି ଅର୍ଥର ଏକ ସିଂହଭାଗ ଡିପୋଜିଟ କରିବେ । ତା ଛଡ଼ା ଏକ ନୂଆ ସିଲବରେଡୋ କାର କିଣିବାର ପ୍ଲାନିଂ କରିଛନ୍ତି ।

 

Leave A Reply

Your email address will not be published.