Latest Odisha News

BREAKING NEWS

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ ।

ପଦ୍ମପୁର ପରାଜୟକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ଦିଲ୍ଲୀରୁ ଦାୟିତ୍ୱ ପାଇଥିବା ନେତା କାହିଁକି ବିଜୟ ପାଇଁ ଚେଷ୍ଟା କରୁନାହାନ୍ତି । ଦଳରେ ବରିଷ୍ଠ ବୋଲାଉଥିବା ନେତାଙ୍କୁ ଦେଖି ଲୋକେ ଆଉ ଭୋଟ ଦେବାକୁ ଚାହୁଁ ନାହାନ୍ତି । କଂଗ୍ରେସକୁ ବିଜେଡି ସୁପ୍ରିମୋଙ୍କ ଠାରୁ କିଛି ଶିଖିବାର ଅଛି ବୋଲି କହିଛନ୍ତି ମୋକିମ୍ ।

ଏପରିକି ପଦ୍ମପୁର ଉପନିର୍ବାଚନ ଫଳାଫଳ ଦିଲ୍ଲୀ ନେତୃତ୍ୱଙ୍କ ଉପରେ ସନ୍ଦେହ ସୃଷ୍ଟି କରୁଛି କହି ମୋକିମ୍ ତୀର ମାରିଛନ୍ତି । ସେ କହିଛନ୍ତି, ସମ୍ବଳ ନଥିବାରୁ କଂଗ୍ରେସ ପ୍ରାର୍ଥୀ ହାରୁଥିବା କୁହାଯାଉଛି । ଯଦି ସମ୍ବଳ ନାହିଁ ତେବେ ପ୍ରାର୍ଥୀ କାହିଁକି ଦିଆଯାଉଛି ବୋଲି ମୋକିମ୍ ପ୍ରଶ୍ନ କରିଛନ୍ତି । ମୋକିମଙ୍କ ମନ୍ତବ୍ୟ ନେଇ କୌଣସି କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ପଦ୍ମପୁପ ଉପନିର୍ବାଚନରେ ବିଜେଡି ୫୮ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ୩୭.୫୧ ପ୍ରତିଶତ ଭୋଟ୍ ପାଇଛି । ବିଜେଡି ଓ ବିଜେପିକୁ ଛାଡ଼ି ଦେଲେ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ଭୋଟ୍ ପ୍ରତିଶତ ୨ ଅଙ୍କ ଛୁଇଁ ନାହିଁ । ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସକୁ ମିଳିଛି ୧.୭୩ ପ୍ରତିଶତ ଭୋଟ୍ । ସେହିଭଳି ନିର୍ବାଚନର ନୋଟାରେ ୧ ପ୍ରତିଶତ ଭୋଟ୍ ପଡ଼ିଛି । ନୋଟା ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.