Latest Odisha News

BREAKING NEWS

ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ: କଂଗ୍ରେସ କହିଲା ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। ପ୍ରଥମଥର ପାଇଁ ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଏହା ଏକ ଟ୍ରେଲର। ସେ ନିର୍ବାଚନ ଆୟୋଗର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ କଂଗ୍ରେସର ଅଜୟ ରାୟ ମୋଦୀଙ୍କ ଅପେକ୍ଷା ୬ ହଜାର ୨୨୩ ଭୋଟରେ ଆଗୁଆ ଅଛନ୍ତି। ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି। ସୂଚନା ଥାଉକି ପ୍ରାରମ୍ଭିକ ଟ୍ରେଣ୍ଡରେ ଅଜୟ ରାୟ ବାରାଣସୀ ଆସନରେ ମୋଦୀଙ୍କ ଠାରୁ ୬,୩୦୦ ଖଣ୍ଡ ଭୋଟରେ ଆଗରେ ଥିଲେ। ଅବଶ୍ୟ ମୋଦି ଏବେ ଲିଡ୍‌ ହାସଲ କରି ନେଇଛନ୍ତି। କିନ୍ତୁ ଅଜୟ ରାୟ ମଧ୍ୟ ବେଶୀ ପଛରେ ନାହାନ୍ତି।

ଉତ୍ତରପ୍ରଦେଶର ବାରାଣସୀ ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। ସେ ୨୦୧୪ ଏବଂ ୨୦୧୯ରେ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଏଥର ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ପକ୍ଷରୁ ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୪୩ଟି ମଧ୍ୟରୁ ୫୨୯ଟି ସିଟ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏଥିମଧ୍ୟରୁ ବିଜେପି ୨୨୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୯୮ଟି ଆସନରେ ଆଗୁଆ ରହିଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି।

Leave A Reply

Your email address will not be published.