ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ତିସ୍ତା ସୀତଳୱାଡାଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୨୦୦୨ ଦଙ୍ଗାରେ ତିସ୍ତା ନିରୀହ ଲୋକଙ୍କୁ ଫସାଇବା ପାଇଁ ନକଲି ପ୍ରମାଣପତ୍ର ଉପସ୍ଥାପନ କରି ଷଡଯନ୍ତ୍ର ରଚିଥିଲେ । ସୁପ୍ରିମକୋର୍ଟ ତାଙ୍କ ପାସପୋର୍ଟ ସରେଣ୍ଡର କରିବା ସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଳକୋର୍ଟ ଏବଂ ଗୁଜରାଟ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ନ ଥିଲେ । ଏହା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତିସ୍ତାଙ୍କ କେସ ଲଢ଼ୁଥିବା କପିଳ ସିବଲ ଜୁନ ୨୪ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଏହାର ଆଉ କିଛି ମାନେ ନାହିଁ ବୋଲି ଦାବୀ ଉପସ୍ଥାପନ କରିଥିଲେ । ୨ମାସରୁ ଅଧିକ ସମୟ ଜେଲରେ ଥିବାରୁ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ସେ କହିଥିଲେ । ଗୁଜରାଟ ହାଇକୋର୍ଟ ଏ ସମ୍ପର୍କରେ ସେପ୍ଟେମ୍ବର ୧୯ରେ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲା ।
BREAKING NEWS
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
Comments are closed.