ପାଟନା: ବାପା ଲାଲୁ ପ୍ରସାଦ ଯାଦଭଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୁତ୍ର ତେଜପ୍ରତାପ ଯାଦବ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ପତ୍ର ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଆରଜେଡି ମୂଖ୍ୟଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଗୁରୁବାରଠାରୁ ସେ ଏହି ଅଭଯାନ ଆରମ୍ଭ କରିଛନ୍ତି । ଆରଜେଡି ମୁଖପାତ୍ର ଚିତରଂଜନ ଗଗନ ଏହା ତେଜ ପ୍ରତାପଙ୍କ ବ୍ୟକ୍ତିଗତ ପଦକ୍ଷେପ କହିଛନ୍ତି ।
ଅପରକ୍ଷରେ ବିଜେପି ଏହାକୁ ସମାଲୋଚନା କରିବା ସହ ପରିବାରବାଦ ସହ ଯୋଡିଛି । ସୁଶୀଲ ମୋଦି କହିଛନ୍ତି ଲାଲୁଙ୍କୁ ଦୀର୍ଘ ଦିନ ପରେ ଦଣ୍ଡ ମିଳିଛି । ନ୍ୟାୟପାଳିକାରେ ଅବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ରାଷ୍ଟ୍ରପତିଙ୍କ ନିକଟକୁ ପୋଷ୍ଟକାର୍ଡ ପଠାଉଛନ୍ତି । ଚାରା ଦୁର୍ନୀତିରେ ଜଡିତ ଲାଲୁ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି । ଅସୁସ୍ଥ ଥିବାରୁ ସେ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
Comments are closed.