ନୂଆଦିଲ୍ଲୀ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନା କିଛି କଳା ରହିଛି । ନିକଟରେ ତେଲେଙ୍ଗାନାରେ ଜଣେ ସରପଂଚ ଭାଲୁ ହେବା ଖବର ଅନେକକୁ ଚକିତ କରିବା ସହ ଆନନ୍ଦ ପ୍ରଦାନ କରିଛି । ନିର୍ମଳ ଜିଲ୍ଲାର ଲିଙ୍ଗେପୁର ଗ୍ରାମରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମାଙ୍କଡଙ୍କ ଯୋଗୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଚାନ୍ଦା ଆଦାୟ କରି ଗ୍ରାମବାସୀ ଅନେକ ସ୍ଥାନରେ ମାଙ୍କଡମାନଙ୍କୁ ଘଉଡେଇବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରୁଥିଲେ । ଏହା ମଧ୍ୟ ସ୍ଥାୟୀ ସମାଧାନ ନ ଥିଲା । ମାଙ୍କଡଙ୍କ ଉପଦ୍ରବ କମ କରିବା ପାଇଁ ନବ ନିର୍ବାଚିତ ସରପଂଚ ରଞ୍ଜିତ ଅଭିନବ ଉପାୟ ଗ୍ରହଣ କରିଥିଲେ ।
ସେ ନିଜେ ଭାଲୁ ବେଶ ହୋଇ ଗ୍ରାମରେ ବୁଲିବାକୁ ଲାଗିଲେ । ମାଙ୍କଡ ତାଙ୍କୁ ଭାଲୁ ଭାବି ଭୟରେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ସରପଂଚଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ଗ୍ରାମବାସୀମାନେ ଏହି ଭାଲୁ ରଣନୀତି ଆପଣାଇବାରେ ଲାଗିଛନ୍ତି । କିଛି ଉପାୟ ନ ପାଇଲେ ଭାଲୁ ବେଶ ହୋଇ ଜଗି ରହୁଛନ୍ତି ।