Latest Odisha News

ତେଲେଙ୍ଗାନରେ କାହାକୁ ମିଳିବ ବିଜୟର ଶ୍ରେୟ ? ମୁଖ୍ୟମନ୍ତ୍ରୀ ଦୌଡରେ ରେବନ୍ତ ରେଡ୍ଡି ରହିବେ କି ଆଗରେ ?

ହାଇଦ୍ରାବାଦ: ତେଲେଙ୍ଗାନା ଫଳାଫଳ ପ୍ରାୟତଃ ସାମ୍ନାକୁ ଆସିଗଲାଣି । ବିଆରଏସକୁ ପଛରେ ପକାଇ କଂଗ୍ରେସ ୬୪ ଆସନରେ ଆଗରେ ଅଛି । ବିଆରଏସ ୪୦ ଆସନରେ ଆଗଳରେ ଥିବାବେଳେ ବିଜେପି ୧୧ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗରେ ଅଛନ୍ତି । କହିବାକୁ ଗଲେ ତେଲେଙ୍ଗାନାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି । କର୍ଣ୍ଣାଟକ ପରେ ତେଲେଙ୍ଗାନା ୨ୟ ଦକ୍ଷିଣ ରାଜ୍ୟ ଯେଉଁଠି କଂଗ୍ରେସ ସରକାର ଗଢିବାକୁ ଯାଉଛି ।  ତେବେ ତା ପୂର୍ବରୁ ଏବେ ଚର୍ଚ୍ଚାରେ ତେଲେଙ୍ଗାନାରେ କଂଗ୍ରେସକୁ ଏତେ ସଫଳତା ମିଳିଲା କେମିତି ? ଏହା ପଛରେ ରହିଛି କାହାର ହାତ ? କାହାକୁ ଦିଆଯିବ ଶ୍ରେୟ ?

ତେଲେଙ୍ଗାନାରେ ରେବନ୍ତ ରେଡ୍ଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଏଠାରେ ରେବନ୍ତ ରେଡ୍ଡିଙ୍କ ସହ ସାଂସଦ କ୍ୟାପ୍ଟେନ ଏନ ଉତ୍ତମକୁମାର ରେଡ୍ଡି, କୋମାଟିରେଡ୍ଡି ଭେଙ୍କଟ ରେଡ୍ଡି ଏବଂ ମଲ୍ଲୁ ଭଟ୍ଟି ବିକ୍ରମାର୍କଙ୍କ ନାଁ ଆଗରେ ରହିଛି  । ତେବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡିଙ୍କ ନାଁ ସବୁଠୁ ଉପରେ ।

ତେଳେଙ୍ଗାନା ବିଜୟର ଶ୍ରେୟ ରେବନ୍ତ ରେଡ୍ଡିଙ୍କୁ ମିଳିଛି । ରେବନ୍ତ ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଅଟନ୍ତି । ଏଥିସହିତ ତେଲେଙ୍ଗାନାର ୩ ଲୋକସଭା ଆସନ ସହ ବି ସାମିଲ ଅଛନ୍ତି ଯେଉଁଠି ୨୦୧୯ରେ କଂଗ୍ରେସ ଜିତିଥିଲା । ଏହି ନିର୍ବାଚନରେ ରେବନ୍ତ ରେଡି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଗଜବେଲ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।

ମୁଖ୍ୟମନ୍ତ୍ରୀ ଦୌଡରେ ବି ରେବନ୍ତଙ୍କ ନାଁ ଆଗରେ । ଏପରିକି ଫଳଫଳ ଆସିବା ପୂର୍ବଦିନ ରେବନ୍ତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିବାବେଳେ ଲୋକେ ସିଏମ..ସିଏମ ନାରା ଲଗାଉଥିବା ଶୁଣିବାକୁ ମିଳିଥିଲା । ଏପରିକି ନିର୍ବାଚନ ପ୍ରଚାରବେଳେ ମଧ୍ୟ ରେବନ୍ତ ରେଡ୍ଡି କଂଗ୍ରେସ ପ୍ରମୁଖ ଚେହେରା ଥିଲେ । ସବୁବେଳେ ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ରେବନ୍ତଙ୍କୁ ଦେଖିବାକୁ ମିଳୁଥିଲା ।

ତେଲେଙ୍ଗାନା ରାଷ୍ଟ୍ର ଗଠନ ୨୦୧୩ରେ ହୋଇଥିଲା । ଏହା ରାଜ୍ୟର ତୃତୀୟ ନିର୍ବାଚନ  । ଏଥର ମଧ୍ୟ କେସିଆର ନିର୍ବାଚନ ଜିତି ହାଟ୍ରିକ କରିବେ ବୋଲି ଆଶା କରାଯାଉଥିଲା । ତେବେ କଂଗ୍ରେସ ଜିତିବା ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ଭାବ ରେବନ୍ତ ରେଡ୍ଡିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେଡ୍ଡି ନିର୍ବାଚନ ପୂର୍ବରୁ ଦାବି କରିଥିଲେ, ଯେ ତେଲେଙ୍ଗାନାର ୧୧୯ ଆସନରୁ କଂଗ୍ରେସ ୮୦ରେ ଜିତିବ ।

୧୯୬୯ରେ ଅଭିଭକ୍ତ ଆନ୍ଧ୍ରପ୍ରଦେଶରେ ଜନ୍ମିତ ରେବନ୍ତ ରେଡ୍ଡି ପ୍ରଥମେ ଏବିଭିପି ଏବଂ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟିରେ ଶାମିଲ ହୋଇଥିଲେ । ୨୦୦୯ରେ ସେ ଆନ୍ଧ୍ର କୋଣ୍ଡାଗଲରୁ ଟିଡିପି ଟିକେଟରେ ପ୍ରଥମେ ନିର୍ବାଚନ ଲଢି ଜିତିଥିଲେ । ୨୦୧୭ରେ ରେବନ୍ତ କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ ୨୦୧୮ ନିର୍ବାଚନରେ ହାରି ଯାଇଥିଲେ । ୨୦୧୯ରେ କଂଗ୍ରେସ ତାଙ୍କୁ ଲୋକସଭା ଟିକେଟ ଦେଇଥିଲା ଏବଂ ମଲକାଜଗିରି ଆସନରୁ ଜିତିଥିଲେ । ୨୦୨୧ରେ କଂଗ୍ରେସ ତାଙ୍କୁ ବଡ ଦାୟିତ୍ୱ ଦେଇଥିଲା ।

Comments are closed.