Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବଡ ଘୋଷଣା, ବର୍ଷେ ଯାଏଁ ରାଜ୍ୟରେ ମିଳିବନି ମାୟୋନିଜ

ହାଇଦ୍ରାବାଦ: ମୋମୋ ହେଉ କି ପାସ୍ତା ଅବା ଫ୍ରେଞ୍ଚ୍ ଫ୍ରାଇସ୍ ସବୁଥିରେ ମାୟୋନିଜ ପ୍ରାୟ ସମସ୍ତଙ୍କର ପସନ୍ଦ । ଫାଷ୍ଟଫୁଡ ଖାଇବ ସେ ବି ପୁଣି ବିନା ମାୟୋନିଜରେ ତାହା କଣ ହେଇପାରିବ । ଖାସ୍ କରି ମୋମୋ ରେ । ମାୟୋନିଜ ବିନା ମୋମୋ ସତେ ଯେପରି ଅଧୁରା । ଏବେ କିନ୍ତୁ ଆଉ ମିଳିବନି ମାୟୋନିଜ । ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଆଜ୍ଞା ହଁ ଏପରି ଏକ ଅଜବ ପ୍ରତିବନ୍ଧକ ଲଗାଇଛନ୍ତି ତେଲେଙ୍ଗାନା ସରକାର । ହାଇଦ୍ରାବାଦରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏପରି ନିଷ୍ପତି ନେଇଛନ୍ତି ସରକାର ।

ସୂଚନା ମୁତାବକ, ଗତ ମଙ୍ଗଳବାର ମୋମୋ ଖାଇବା ପରେ ହାଇଦ୍ରାବାଦରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୪୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଘଟଣାର ଯାଞ୍ଚ କରି ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ତେବେ ପ୍ରାଥମିକ ଯାଞ୍ଚରୁ ସେମାନେ ହାଇଦ୍ରାବାଦରେ ଥିବା କିଛି ଦୋକାନରୁ ମୋମୋ ଖାଇବା ପରେ ଏପରି ଅବସ୍ଥା ହୋଇଥିବା ଜଣାପଡିଥିଲା । ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋମୋ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା। ମୋମୋ ସହ ମିୟୋନିଜକୁ ବି ପରୀକ୍ଷା ପାଇଁ ପଠାଯାଇଥିଲା। ସେପଟେ ତେଲଙ୍ଗାନା ଖାଦ୍ୟ ସୁରକ୍ଷା ଆୟୋଗଙ୍କ କହିବା ଅନୁସାରେ ଗତ କିଛି ମାସର ନିରୀକ୍ଷଣ ଏବଂ ମିଳିଥିବା ଅଭିଯୋଗଗୁଡ଼ିକରୁ ଜଣାପଡ଼ିଛି ଯେ କଞ୍ଚା ଅଣ୍ଡାରେ ତିଆରି ମାୟୋନିଜ୍ ଖାଇଲେ ଫୁଡ୍ ପଏଜନିଂ ହେଉଛି ।

ଏସବୁକୁ ଦୃଷ୍ଟିରେ ରଖି ମାୟୋନିଜ୍ ଉପରେ ବ୍ୟାନ୍ ଲଗାଇଛନ୍ତି ତେଲେଙ୍ଗାନା ସରକାର । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ମାୟୋନିଜ ବ୍ୟାନ ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । କଞ୍ଚା ଅଣ୍ଡାରୁ ତିଆରି ମାୟୋନିଜର ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରି ଉପରେ ଅକ୍ଟୋବର ୩୦ରୁ ବର୍ଷେ ପାଇଁ ପ୍ରତିବନ୍ଧକ ରହିବ ।

Comments are closed.