Latest Odisha News

ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନ ପାଇଁ ୪,୭୯୮ ପ୍ରାର୍ଥୀପତ୍ର:ଗଜବେଲ ଆସନରୁ ସର୍ବାଧିକ ୧୪୫ ଜଣ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ:ତେଲେଙ୍ଗେନାରେ ନଭେମ୍ବୀର ୩୦ ହେବ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ପାଇଁ ହେବ ମତଦାନ । ଏଥାପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୦ ନଭେମ୍ବର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ  ।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ୫,୭୧୬ ନାମାଙ୍କନ ପତ୍ର ମିଳିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ସ୍ୱାଧୀନ ଥିବା ଜଣାଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଶେଷ ଦିନରେ ୨, ୩୨୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ନଭେମ୍ବର ୧୩ ଅର୍ଥାତ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୧୫ ରହିଛି ।

ସବୁଠାରୁ ଅଧିକ ୧୪୫ ପ୍ରାର୍ଥୀ ଗଜବେଲ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ  ତଥା ଭାରତ ରାଷ୍ଟ୍ରସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ଲଗାତାର ତୃତୀୟ ଥର ପାଇଁ ମୈଦାନକୁ ଆସିଛନ୍ତି । ଗଜବେଲରେ କେସିଆରଙ୍କ ଗୃହ ଜିଲ୍ଲା ସିଦ୍ଦିପେଟ ରହିଛି ଯେଉଁଠାରୁ ବିଜେପି ପୂର୍ବତନ ମନ୍ତ୍ରୀ ଏଟାଲା ରାଜେନ୍ଦରଙ୍କୁ ପ୍ରାର୍ଥୀ କରିଛି । ସେ ଏହି ଆସନ ସହ ହୁଜୁରାବାଦରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି ।

Leave A Reply

Your email address will not be published.