Latest Odisha News

ଜିପିଏସ ଯୋଗୁ ମରୁଭୂମିରେ ବାଟବଣା ହୋଇ ଚାଲିଗଲା ଭାରତୀୟଙ୍କ ଜୀବନ

ଦୁବାଇ: ସାଉଦି ଆରବରେ କାର୍ଯ୍ୟରତ ୨୭ ବର୍ଷୀୟ ଭାରତୀୟ ନାଗରିକ ମହମ୍ମଦ ଶେହଜାଦ ଖାନଙ୍କ ଦେହାନ୍ତ ହୋଇଛି। ତେଲେଙ୍ଗାନାର ବାସିନ୍ଦା ଶେହଜାଦ ସାଉଦିର ମରୁଭୂମି ରୁବ-ଅଲ-ଖାଲି ବୁଲିବାକୁ ଯୀଇ ପ୍ରାଣ ହରାଇଛନ୍ତି। ଏହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେହଜାଦ ସୁଦାନର ଜଣେ ବନ୍ଧୁଙ୍କ ସହ ଏହି ମରୁଭୂମି ଅଞ୍ଚଳ ଦେଇ ଯାଉଥିଲେ। ରାସ୍ତାରେ ତାଙ୍କର ଜିପିଏସ୍ ସିଗନାଲ୍ ଫେଲ୍ ହୋଇଯାଇଥିଲା। ଏହା ପରେ ପରେ ତାଙ୍କ ଗାଡିରେ ଥିବା ତେଲ ଏବଂ ତାଙ୍କ ଫୋନର ବ୍ୟାଟେରୀ ମଧ୍ୟ ସରିଯାଇଥିଲା, ଯେଉଁଥିପାଇଁ ସେମାନେ କାହାକୁ ସାହାଯ୍ୟ ମଧ୍ଯ ମାଗି ପାରିନଥିଲେ।

ଶେହଜାଦ ଏବଂ ତାଙ୍କ ବନ୍ଧୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଓ ବିନା ଖାଦ୍ୟରେ ମରୁଭୂମିର ପ୍ରବଳ ଉତ୍ତାପରେ ଫସି ରହିଥିଲେ। ଭୋକ ଉପାସ ଓ ଶୋଷ ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବା ସଙ୍ଗେ ସଙ୍ଗେ ଦୁହିଁଙ୍କ ଜୀବନ ଚାଲିଯାଇଥିଲା। ପାଖାପାଖି ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୨ରେ ମରୁଭୂମିରେ ଶେହଜାଦ ଏବଂ ତାଙ୍କ ବନ୍ଧୁଙ୍କ ମୃତଦେହ ମିଳିଥିଲା। ଶେହଜାଦ ଗତ ତିନି ବର୍ଷ ଧରି ସାଉଦି ଆରବରେ ଏକ ଟେଲି କମ୍ୟୁନିକେଶନ କମ୍ପାନୀରେ କାର୍ଯ୍ୟ କରୁଥିଲେ।

ତେବେ ରୁବ-ଅଲ ଖଖାଲିକୁ ଏମ୍ଟି ଡିଜର୍ଟ ମଧ୍ୟ କୁହାଯାଏ। ଏହା ଆରବ ମରୁଭୂମିର ସବୁଠାରୁ ବଡ ଅଂଶ, ଯାହା ରାଷ୍ଟ୍ରର ସମୁଦାୟ କ୍ଷେତ୍ରର ଏକ ଚତୁର୍ଥାଂଶ ଅଟେ। ରୁବ-ଅଲ-ଖାଲି ୬୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହା ସାଉଦି ଆରବର ଦକ୍ଷିଣ ଭାଗ ଏବଂ ଓମାନ, ୟୁଏଇ ଏବଂ ୟେମେନ ପରି ପଡୋଶୀ ଦେଶ ପର୍ଯ୍ୟନ୍ତ ମଧ୍ଯ ବ୍ୟାପିଛି।

 

Comments are closed.