Latest Odisha News

BREAKING NEWS

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଟ୍ରକ ଭିତରୁ ମିଳିଲା ୭୫୦ କୋଟି କ୍ୟାସ: ଯାଞ୍ଚ ପରେ ଛାଡିଦେଲା ପୋଲିସ

ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ତାରିଖ ଘୋଷଣା ହେବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।   ବେଆଇନ କାର୍ଯ୍ୟ ଉପରେ ପୋଲିସର ରହିଛି କଡା ନଜର  । ମଙ୍ଗଳବାର ଗଡବାଲ ଏନଏଚରେ ମୁତୟନ ଥିବା ପୋଲିସ କର୍ମୀ ରାତି ସାଢେ ୧୦ଟାରେ ଏକ ଟ୍ରକକୁ ଦେଖିଲେ । ଏହି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଭିତରେ ଯାହା ଦେଖିଲେ ପୋଲିସର ଆଖି ଖୋସି ହୋଇ ଯାଇଥିଲା । ଟ୍ରକ ଭିତରେ ଥିଲା ବିଡା ବିଡା ଟଙ୍କା । ଗଣିବା ପରେ ଜଣାପଡିଥିଲା ୭୫୦ କୋଟି  ।

ଗଡବାଲରର ଏହି ରାଜମାର୍ଗରେ ସାଧାରଣତଃ ତସ୍କରମାନଙ୍କର ଆତଯାତ ବେଶି ଥାଏ । ତେଣୁ ଏହି ଟଙ୍କା ଟ୍ରକ ଜବତ ହେବା ପରେ ହଇଚଇ ଖେଳିଗଲା । ହେଲେ କିଛି ସମୟ ପରେ ସବୁ ଚୁପ । କାହାରି ପାଟିରେ କିଛି କଥା ନ ଥିଲା । ଏତେ ଟଙ୍କା କେଉଁଠୁ ଆସିଲେ…କୁଆଡେ ଗଲା କେହି କିଛି ପଚାରୁ ନ ଥିଲେ । ଏପରିକି କିଛି ସମୟ ପରେ ପୋଲିସ ମଧ୍ୟ ଟ୍ରକକୁ ଛାଡି ଦେଇଥିଲା ।

ପ୍ରକୃତରେ କଥା ଥିଲା, ଏହି ନଗଦ କ୍ୟାସ ଥିଲା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର । ଏହାକୁ କେରଳରୁ ହାଇଦ୍ରାବାଦ ଟ୍ରାନ୍ସଫର କରାଯାଉଥିଲା । ବୁଧବାର ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ  କହିଥିଲେ, ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ଟ୍ରକକୁ ଗନ୍ତବ୍ୟ ସ୍ଥଳକୁ ଛାଡି ଦିଆଯାଇଛି ।

ବିକାଶ ରାଜ କହିଛନ୍ତି, ୭୫୦ କୋଟିଙ୍କ ଟଙ୍କା କିଛି ସମୟ ପାଇଁ ଏକ ମୁଖ୍ୟ ଖବର ଶିରୋନାମା ଥିଲା । ହେଲେ ପରେ ଜଣା ପଡିଥିଲା ଏହା ସିଧା ସିଧା ଚେଷ୍ଟ-ଟୁ-ଚେଷ୍ଟ ମନି ଟ୍ରାନ୍ସଫର ଥିଲା । ସବୁ ତଥ୍ୟ ପ୍ରମାଣ ଦେଖିବା ପରେ ପୋଲିସ ଟ୍ରକକୁ ଯିବାକୁ ଅନୁମତି ଦେଇଥିଲା ।

Comments are closed.