Latest Odisha News

ରଦ୍ଦ ହେଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ ଆଦେଶ : ଭୋଟ ଗଣତିବେଳେ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଫସିଥିଲେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଅଞ୍ଜନୀ କୁମାରଙ୍କ ବିରୋଧରେ ଆସିବା ପରେ ତାଙ୍କୁ ପଦରୁ ନିଲମ୍ବିତ କରା ଯାଇଥିଲା ।

ଏଠି କହିରଖିବୁ, ଡିସେମ୍ବର ୩ ତାରିଖରେ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ବହୁମତ ସହ ଆଗେଇ ଚାଲିଥିଲା । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଗଣତି ଚାଲିଥିବା ସମୟର ଡିଜିପି ଅଞ୍ଜନୀ କୁମାର ରେବନ୍ଥ ରେଡ୍ଡିଙ୍କୁ ତାଙ୍କ ବାସ ଭବନରେ ଭେଟିବାକୁ ଯାଇଥିଲେ । ସେ ରେବନ୍ଥ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଫୁଲତୋଡା ଉପହାର ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଞ୍ଜନୀ କୁମାରଙ୍କ ସହ ରାଜ୍ୟ ପୋଲିସ ଅଧିକାରୀ ସଞ୍ଜୟ କୁମାର ଜୈନ ଏବଂ ମହେଶ ଏମ ଭାଗବତ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଫଟୋ ସାମ୍ନାକୁ ଆସିବା ପରେ ଜୋରଦାର ବିରୋଧ ହୋଇଥିଲା । ଏପରି କରି ଡିଜିପି ନର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ମଧ୍ୟ କୁହାଯାଇଥିଲା । ଏହାପରେ ନିର୍ବାଚନ  କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ । ନିର୍ବାଚନ କମିଶନର କହିଥିଲେ, ଡିଜିପିଙ୍କର ଏପରି କାମ ଜୁନିଅର କର୍ମଚାରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଅଞ୍ଜନୀଙ୍କ ନିଲମ୍ବନ ପରେ ସିନିଅର ଆଇପିଏସ ଅଧିକାରୀ ରବି ଗୁପ୍ତାଙ୍କୁ ତେଲେଙ୍ଗାନା ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ଅଞ୍ଜନୀ କୁମାରଙ୍କ ନିଲମ୍ବନ ରଦ୍ଦ କରି ଦିଆ ଯାଇଛି ।

Comments are closed.