Latest Odisha News

BREAKING NEWS

୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌, ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକାଳୁ ସକାଳୁ ଭାଜି ହେଲାଣି ଓଡ଼ିଶା । ଆଜି ବି ତାତିରୁ ମିଳିବନି ତ୍ରାହି । କାଲିଠୁ ମିଳିପାରେ ଆଶ୍ୱସ୍ତି । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । କମିବ ଗ୍ରୀଷ୍ମ ପ୍ରକୋପ ।  ଗତ ୨୪ ଘଣ୍ଟାରେ ଉତ୍ତପ୍ତ ସହର ଭାବେ ରେକର୍ଡ ଭାଙ୍ଗିଛି ବାରିପଦା । ଆଜି ହିଟ୍‌ ଓ୍ୱେଭ୍‌ ନେଇ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୬ ଜିଲ୍ଲା ଗୁଡ଼ିକ ହେଲେ ଦେବଗଡ଼, ସୋନପୁର, ଅନୁଗୋଳ, ସମ୍ବଲପୁର, ବୌଦ୍ଧ ଓ ଝାରସୁଗୁଡ଼ାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।  ଗତକାଲି ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା  । ତେବେ ଗତ ୨୪ ଘଣ୍ଟାରେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।୧୦ସହରରେ ୪୨ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା ପାରଦ ।

୧୬ ତାରିଖରୁ ଓଡ଼ିଶାବାସୀଙ୍କୁ ମିଳିବ ଆଶ୍ୱସ୍ତି । ସାମାନ୍ୟ ପାରଦ ଖସିପାରେ । ସର୍ବୋଚ୍ଚ ଦିନ ତାପମାତ୍ରା ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ । ରାଜ୍ୟରେ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ  । ୧୭ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ  । ୧୭ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି  । ୧୮ ଓ ୧୯ ତାରିଖ ଲାଗି ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.