Latest Odisha News

BREAKING NEWS

ଏମିତି ଏକ ମନ୍ଦିର , ଯେଉଁଠି ପୂଜା ପାଏ କେବଳ ବୃଷଭ

ହରିୟାଣା: ପ୍ରତ୍ୟେକ ଶିବ ମନ୍ଦିର ଆଗରେ ବୃଷଭ ପୂଜା ପାଉଥିବା ସମସ୍ତେ ଦେଖିଥିବେ । ହେଲେ ହରିୟାଣାରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି କେବଳ ବୃଷଭ ହିଁ ପୂଜା ପାଉଛନ୍ତି । ପ୍ରତ୍ୟେକ ଦିନ ପୂଜା କରିବା ଓ ଦର୍ଶନ ନିମନ୍ତେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ।

ହରିୟାଣାର ଜିନ୍ଦ ସହରରେ ରହିଛି ଏହି ପୁରୁଣା ମନ୍ଦିର । ଏହି ମନ୍ଦିରରେ କେବଳ ବୃଷଭ ହିଁ ପୂଜା ପାଆନ୍ତି । ମନ୍ଦିର ନିର୍ମାଣ କରାଯିବା ପଛରେ ଏକ ରୋଚକ କାହାଣୀ ରହିଛି । ପ୍ରାୟ ୨୧ ବର୍ଷ ପୂର୍ବେ ହରିୟାଣାର ଜିନ୍ଦରେ ଏକ ଆନ୍ଦୋଳନ ହୋଇଥିଲା । ବିଦ୍ୟୁତ୍ ବିଲ ଛାଡ଼ କରିବା ପ୍ରତିବାଦରେ କାଣ୍ଡେଲାର ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଥିଲେ । ଚାଷୀଙ୍କୁ ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କୌଣସି କଥା ଶୁଣି ନ ଥିଲେ । ଧୀରେ ଧୀରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାକୁ ଲାଗିଲା । ବାଧ୍ୟ ହୋଇ ପୋଲିସକୁ ଗୁଳି ଚାଳନା କରିବାକୁ ପଡ଼ିଥିଲା । ଏହି ସମୟରେ ଏକ ଷଣ୍ଢ ଚାଷୀଙ୍କ ସାଥ୍ ଦେଇଥିଲା । ସେଠାରେ ଉପସ୍ଥିତ ପୋଲିସଙ୍କ ଏପରି ଆଚରଣ ଦେଖିô ଷଣ୍ଢଟି ରାଗିଯାଇଥିଲା । ପରେ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ପ୍ରାଣ ବିକଳରେ ପୋଲିସ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ୮ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚାଷୀ ଆହତ ମଧ୍ୟ ହୋଇଥିଲେ । ଏହି କାରଣରୁ ଜିନ୍ଦ-ଚଣ୍ଡିଗଡ଼ ରାସ୍ତା ଦୁଇମାସ ଧରି ବନ୍ଦ ରହିଥିଲା ।

ହରିୟାଣାର ଇତିହାସରେ କୃଷକଙ୍କ ଏହି ବିରୋଧକୁ ‘କାଣ୍ଡେଲା କାଣ୍ଡ\’ ବୋଲି କୁହାଯାଏ । ଏହି ଘଟଣାର କିଛି ଦିନ ପରେ ଷଣ୍ଢଟି ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଲା । ମୃତ୍ୟୁ ଖବର ପାଇବା ପରେ ପୁରା ଗ୍ରାମବାସୀ ଭାଙ୍ଗି ପଡ଼ିଲେ । ଏହା ପରେ ଗ୍ରାମବାସୀ ଷଣ୍ଢ ପ୍ରତି କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଗାଁରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଏବେ ସାଧାରଣ ଲୋକଙ୍କ ବ୍ୟତୀତ ରାଜନେତାମାନେ ମଧ୍ୟ ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । କୌଣସି କାମରେ ଯିବା ପୂର୍ବରୁ ଗ୍ରାମବାସୀ ଷଣ୍ଢର ଆଶିର୍ବାଦ ନେଇ ଯାଇଥାନ୍ତି ।

 

Leave A Reply

Your email address will not be published.