ମୋହନା: ଗଜପତି ଜିଲ୍ଲା ମୋହନାର ହରଭଙ୍ଗୀ ନଦୀରେ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ମୋହନାର ଏକ ଅସ୍ଥାୟୀ କାଠ ପୋଲ ଭାସି ଯାଇଛି। ଫଳରେ ତିନିଟି ଗାଁର ଲୋକେ ଏବେ ବାକି ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। କାରଣ ଏହି ଯୋଗାଯୋଗ ପାଇଁ ଏହି ଅସ୍ଥାୟୀ ପୋଲ ହିଁ ଏକମାତ୍ର ମାଧ୍ୟମ ଥିଲା।
ଗରଦମା ପଞ୍ଚାୟତ ଅନ୍ତର୍ଗତ ନିମ୍ବାଡ ଗ୍ରାମରେ ଥିବା କାଠ ପୋଲଟି ମାଟାକୁପା ଓ ନପାକେଜୁ ସମେତ ତିନିଟି ଗ୍ରାମର ବାସିନ୍ଦାଙ୍କ ପାଇଁ ଜୀବନରେଖା ଭଳି କାମ କରୁଥିଲା। ହେଲେ ପ୍ରବଳ ବର୍ଷା ଯୋଗୁଁ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ କାଠ ପୋଲଟି ଭାସି ଯାଇଛି।
ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ଏବେ ନିଜ ନିଜ ଗାଁରେ ଫସି ରହିଛନ୍ତି। ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ସପ୍ତାହେ ହେବ ଏହି ଅଞ୍ଚଳରେ ବର୍ଷା ଜାରି ରହିଛି। ତେଣୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କାଠ ପୋଲଟି ଭାସିଯିବାରୁ ମୋହନାରେ ଥିବା ହସ୍ପିଟାଲ, ବ୍ଲକ, ହାଟବଜାର ସମେତ ଯିବାକୁ ତିନି ଖଣ୍ଡ ଗାଁ ନିର୍ଭର କରନ୍ତି।
ରାଜ୍ୟ ସରକାର ବିଭିନ୍ନ ସମୟରେ ବିକାଶର ଡିଣ୍ଡିମ ପିଟୁଛନ୍ତି। ଗୋଟିଏ ପଟେ ଅସ୍ଥାୟୀ ପୋଲ ଯଦିଓ ଭାସି ଯାଇଛି କିନ୍ତୁ କୌଣସି ଜୀବନହାନୀ ହୋଇନାହିଁ ତାହା ନିଶ୍ଟିତ ଆଶ୍ବସ୍ତିକର କଥା କିନ୍ତୁ ଲୋକେ ସ୍ଥାୟୀ ପୋଲ ପାଇଁ ବାରମ୍ବାର ଦାବି କରୁଥିବା ବେଳେ କାହିଁକି ହୋଇପାରିନି ଅସ୍ଥାୟୀ ପୋଲ ତାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ଏବେ ବର୍ଷା ଋତୁ ଚାଲିଛି ତେଣୁ ଏପରି ସ୍ଥିତିରେ ଏହି ଅଞ୍ଚଳର ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେବା ସହ ବେଉସା ଉପରେ ମଧ୍ୟ ପ୍ରଭାବ ପଡ଼ିବାକୁ ଯାଉଛି।
Comments are closed.