ନ୍ୟୁୟର୍କ: ୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷ ଟଙ୍କାରେ । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍କା ଲାଗିପାରେ । ହେଲେ ଘଟଣାଟି ସତ । ଆମେରୀକିୟ ଜଣେ ଯୁବକ ଫେସବୁକ୍ ମାର୍କେଟରେ ଏକ ପୁରୁଣା ଚମଡ଼ା ଚେୟାର ବିକ୍ରି କରି ଲାଭବାନ୍ ହୋଇଛନ୍ତି । କେବଳ ଲାଭବାନ ହୋଇନାହାନ୍ତି, ବରଂ ତାଙ୍କ ଭାଗ୍ୟ ବଦଳି ଯାଇଛି ।
ପ୍ରାୟତଃ ଆମେ କିଛି ଜିନିଷକୁ ଅଦରକାରୀ ଭାବେ ଘରେ ପକାଇ ରଖିଥାଉ । ଏହା କୌଣସି କାମକୁ ନୁହେଁ ଭାବି ପରବର୍ତ୍ତୀ ସମୟରେ କବାଡ଼ି ବାଲାକୁ ବିକ୍ରି କରି ଦେଇଥାଉ । କିନ୍ତୁ ଆମେରିକାରେ ରହୁଥିବା ଜଷ୍ଟିନ ମିଲର ଘରେ ଅଦରକାରୀ ଜିନିଷ ବିକ୍ରି କରିବା ପରେ ତାଙ୍କ ଭାଗ୍ୟ ପୁରା ବଦଳି ଯାଇଛି । ସେ ଘରପାଇଁ ଏକ ଚେୟାରକୁ ୫୦ ଡଲାର ଅର୍ଥାତ୍ ୪ ହଜାର ଟଙ୍କାରେ କିଣିଥିଲେ । ହେଲେ ଘରେ ଏହି ଚେୟାରଟି କାମରେ ଆସିଲା ନାହିଁ । ଏହି ଅଦରକାରୀ ଚେୟାରକୁ ସେ ଫେସବୁକ୍ ମାର୍କେଟପ୍ଲେସରେ ନିଲାମ ପାଇଁ ସେୟାର କଲେ ।
ମିଲର କହିଛନ୍ତି ଯେ, ସେ କେବେ ଭାବି ନ ଥିଲେ ଏହି ଚେୟାର ଏତେ ଚଢା ଦରରେ ବିକ୍ରି ହେବ । ଏପରିକି କେହି ୮୨ ଲକ୍ଷ ଟଙ୍କା ଦେଇ ଏହି ଚମଡ଼ା ଚେୟାର କିଣିବେ ମିଲରଙ୍କ କଳ୍ପନା ବାହାରେ ଥିଲା । । ଲୋକମାନେ ଚେୟାର ପାଇଁ ୪୦ ଲକ୍ଷ ଟେଣ୍ଡର କରିପାରିବେ । କିନ୍ତୁ ନିଲାମ ଶେଷରେ ପାଇଥିବା ରାଶିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Comments are closed.