Latest Odisha News

BREAKING NEWS

ଖୁଲାସା କଲେ ମହାନ ଖେଳାଳି: ଶଟ ମାରିବା ବେଳେ ପଡିବା, ପନ୍ତଙ୍କ ରଣନୀତି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଅଦ୍ଭୁତ ପ୍ରକାରର ଶଟ ଖେଳିବାକୁ ଯାଇ କେତେବେଳେ ତାଙ୍କ ହାତରୁ ବ୍ୟାଟ ଖସି ଯାଏ ତ ଆଉ କେତେ ବେଳେ ସେ ପଡି ଯାଇଥାନ୍ତି । ପ୍ୟାଡେଲ ସୁଇପ ଓ ସ୍କୁପ ଶଟ ସେ ଚମତ୍କରେ ଢ଼ଙ୍ଗରେ ଖେଳିଥାନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ସେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହି ଅବସରରେ ପନ୍ତଙ୍କ ଖଳିବା ଶୈଳୀ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ଚମତ୍କାର ବୟାନ ଦେଇଛନ୍ତି । ସେ କହିଛନ୍ତି ପନ୍ତ ଶଟ ମାରିବା ବେଳେ ପଡିଆ ଅଜାଣତରେ ହୋଇ ନ ଥାଏ । ଏହା ତାଙ୍କ ରଣନୀତିରେ ସାମିଲ ।

ସେ ଶେଷ ପର୍ଯ୍ୟନ୍ତ ବଲକୁ ଦେଖି ସ୍କୁପ ଶଟ ଖେଳିଥାନ୍ତି । ଶଟ ଖେଳୁଥିବା ଅବସ୍ଥାରେ ସେ ପଡିବାକୁ ଉଦ୍ୟମ କରି ବଲ ନିକଟକୁ ବ୍ୟାଟ ଆଣିଥାନ୍ତି । ଯାହା ଫଳରେ ତାଙ୍କୁ ଶଟ ଖେଳିବାକୁ ସୁବିଧା ହୋଇଥାଏ । ପାକିସ୍ତାନୀ ସ୍ପିନର ଶୋଏବ ବଶୀରଙ୍କ ନିକଟରେ ଶୁଭମନ ଗିଲ ଓ ପନ୍ତ ହିନ୍ଦୀରେ କଥା ହୋଇଥିଲେ । ସେମାନଙ୍କ ରଣନୀତି କାମ ଦେଇଥିଲା । ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିବସରେ ବଶୀର ଅଧିକ ରନ ଦେଇଥିଲେ ।

Comments are closed.