ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ କେବଳ ଦିନିକିଆରେ ଭାରତ ପକ୍ଷରୁ ଖେଳିବେ । କୋହଲିଙ୍କ ଅବସର ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ୧୨ ବର୍ଷ ତଳର ଏକ ରହସ୍ୟର ଉଜାଗର କରିଛନ୍ତି । ସଚିନ ପୁରୁଣା କଥା ମନେ ପକାଇ କହିଛନ୍ତି ମୁଁ ଯେତେବେଳେ ଅବସର ନେଲି କୋହଲି ମୋ ପାଖକୁ ଆସିଥିଲେ । ସେ ତାଙ୍କ ଜୀବନର ସବୁଠାରୁ ଦାମୀ ପଦାର୍ଥ ମୋତେ ଉପହାର ଦେଇଥିଲେ ।
କୋହଲିଙ୍କୁ ତାଙ୍କ ବାପା ଏକ ସୂତା ଉପହାର ଦେଇଥିଲେ । ସେ ଏହାକୁ କେବେ ହେଲେ ନିଜଠାରୁ ଅଲଗା କରି ନ ଥାନ୍ତି । କୋହଲି ସେ ସୂତା ସଚିନଙ୍କୁ ଦେଇଥିଲେ । ସଚିନ ମଧ୍ୟ ଭାବପ୍ରବଣ ହୋଇ ଏହାକୁ ରଖିଥିଲେ । ସେବେଠାରୁ ସଚିନ ଓ କୋହଲିଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ସମ୍ପର୍କ ଗଢ଼ି ଉଠିଥିଲା । ସଚିନଙ୍କ ସହ କୋହଲି ୧୭ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ଭାରତୀୟ ଟିମ ୯ ମୁକାବିଲାରେ ବିଜୟ ହାସଲ କରିଥିବା ବେଳେ ୬ରେ ପରାଜିତ ହୋଇଥିଲା ।
Comments are closed.